ପୌର ନିର୍ବାଚନ ପାଇଁ ପୁଲିସର ଧରପଗଡ଼, ଯାଞ୍ଚ ବେଳେ ୧୧ ବସ୍ତା ଦେଶୀମଦ ଜବତ

Advertisment
ପୌର ନିର୍ବାଚନ ପାଇଁ ପୁଲିସର ଧରପଗଡ଼, ଯାଞ୍ଚ ବେଳେ ୧୧ ବସ୍ତା ଦେଶୀମଦ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଭବାନୀପାଟଣା ସହରରେ ବ୍ୟାପକ ଧରପଗଡ଼ କରାଯାଇଛି। ସହରକୁ ଆସୁଥିବା ସମସ୍ତ ରାସ୍ତାରେ ଯାନବାହନ ତନଖିକୁ କଡ଼ାକଡ଼ି କରାଯାଇଥିଲା। ବାଇକ୍‌ଗୁଡ଼ିକର ଡିକି ଖୋଲି ଯାଞ୍ଚ କରାଯାଇଥିଲା।

publive-image

ସେହିପରି ଟାଉନ ଥାନା ପକ୍ଷରୁ ବାହାଦୁର ବଗିଚା ପଡ଼ାରୁ ୪ ବସ୍ତା, ଜୋର ପଡ଼ାରୁ ୨ ବସ୍ତା ଓ ବଡ଼ପଡ଼ାରୁ ୫ ବସ୍ତା ଦେଶୀମଦ ଜବତ କରାଯାଇଥିଲା। ଏହି ଘଟଣାରେ କାହାକୁ ମଧ୍ୟ ଗିରଫ କରାଯାଇ ପାରି ନାହିଁ। ବେଆଇନ ମଦ ବିକୁଥିବା ଲୋକେ ଚଢ଼ଉ ବେଳେ ପୁଲିସ ହାତରୁ ଖସି ଯାଇଥିବା ପୁଲିସ ସୂଚନା ଦେଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ‌ବୋଲି ପୁଲିସ ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌. ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe