ଗୋରୁ ଗାଡ଼ି ଜବତ, ୪ ଗିରଫ

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ତିହିଡ଼ି: ତିହିଡି ବ୍ଲକ ପୀରହାଟ ଥାନା ଅଞ୍ଚଳରେ ବେଆଇନ୍ ଭାବେ ଗୋଚାଲାଣ ହେଉଥିବା ୨ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଆଜି ପୁଲିସ୍ ଜବତ କାରିଥିବା ବେଳେ ୬ଟି ଗୋରୁ ଉଦ୍ଧାର କରିଛି।

ଆଜି ଭୋର୍ ସମୟରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଦୁଇଟି ଗୋରୁ ବେଝେଇ ପିକଅପ୍ ଭ୍ୟାନ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିଲା। ବଜରଙ୍ଗ ଦଳର ଜିଲ୍ଲା ଗୋସୁରକ୍ଷା ପ୍ରମୁଖ ଜୟପ୍ରକାଶ ପତି, ସୁଶାନ୍ତ ସାହୁ, ଜୀବନ ବଳ, ବାପୁନୁ ନାୟକ, ପାର୍ଥସାରଥୀ ଦାସ, ଅଣାକାର ବଳ ଓ ରତିକାନ୍ତ ମହାକୁଡ଼ ପ୍ରମୁଖ ପୀରହାଟ ଠାରେ ଏହି ଗାଡ଼ିକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ ସେଠାରେ ପହଞ୍ଚି ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ। ବେଅାଇନ ଭାବେ ଗୋରୁ ଚାଲାଣ ହେଉଥିବା ପୁଲିସ ଜାଣିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଅଞ୍ଚଳର ରବୀନ୍ଦ୍ର ଦାସ, ମହେଶ୍ୱର ଭୋଇ, କାଳନ୍ଦୀ ଦାସ ଓ ମିର୍ଜା ଜାହିଦ୍ ବେଗ୍‌। ଉଦ୍ଧାର ୬ଟି ଗୋରୁକୁ ପୁଲିସ ମଇତାପୁରସ୍ଥିତ ଗୋଶାଳାକୁ ପଠେଇ ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe