ନକଲି ବିଦେଶୀ ମଦ ଜବତ, ବେପାରି ଗିରଫ

Advertisment
ନକଲି ବିଦେଶୀ ମଦ ଜବତ, ବେପାରି ଗିରଫ

ରାଉରକେଲା: ରେଲୱେ ଷ୍ଟେସନ ଆଖପାଖରେ ନକଲି ବିଦେଶୀ ମଦ ବିକୁଥିବା ଜଣେ ବେପାରୀକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ବେପାରୀ ହେଲେ ବିହାର ଔରଙ୍ଗାବାଦ୍‌ର ଆଶୀଶ କୁମାର (୨୬)। ତା’ ନିକଟରୁ ପୁଲିସ ୧୮.୨୪୫ ଲିଟର ନକଲି ବିଦେଶୀ ମଦ ସହ ୨୦ ଲିଟର ସ୍ପିରିଟ୍‌ ଜବତ କରିଛି। ରେଲୱେ ଷ୍ଟେସନ ପ୍ରସ୍ଥାନ ଗେଟ୍‌ ନିକଟରେ ଆର୍‌ପିଏଫ୍‌ ଓ ଅବକାରୀ ପୁଲିସ ମିଳିତ ଭାବେ ଚଢ଼ଉ କରି ଆଶୀଶକୁ ଗିରଫ କରିଥିଲେ।

ସେ ନକଲି ବିଦେଶୀ ତିଆରି କରି ଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳରେ ବିକୁଥିବା ଅବକାରୀ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଶୀଶ ସହ ଅନ୍ୟ କେଉଁମାନେ ଅଛନ୍ତି ? କେତେ ଦିନ ଧରି ଏଭଳି ନକଲି ବିଦେଶୀ ମଦ ବିକୁଥିଲା ? ଅବକାରୀ ପୁଲିସ ତା’ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe