ବିପୁଳ ପରିମାଣର ମଦ ଜବତ: ୧୦ ଗିରଫ

Advertisment
ବିପୁଳ ପରିମାଣର ମଦ ଜବତ: ୧୦ ଗିରଫ

ରାଉରକେଲା: ରାଉରକେଲା ଅବକାରୀ ପୁଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ମଦ ଜବତ କରିଛି। ମୋଟ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଗବୁଡି ‘ଡି’ର କାଳୀଚରଣ ମୁଣ୍ଡାରୀ, ଉଦିତନଗର କୁମ୍ଭାରପଡାର ବାସନ୍ତୀ ପ୍ରଧାନ , ସେକ୍ଟର-୧୭ ବି ବ୍ଲକର ଶଶୀ ସୁନା, ଆର୍‌ଏସ୍‌ କଲୋନି ବି ବ୍ଲକର ସୁମିତ ବାରିକ୍, ଦଲପୋଷର ଜାମିଆ ତିର୍କୀ, କାଟିନ୍‌ର ଅନୀଲ ସିଂ ଓ  ଅଭିନାଶ ଓରାମ,  ମନ୍‌କୋର ସମରା ଓରାମ,  ସେକ୍ଟର-୨୧ ନୟାବଜାରର କେଶବ ଲେଙ୍କା, ବାଗବୁଡି ଡି ବସ୍ତିର ରାଜେନ୍ଦ୍ର ତନ୍ତୀ।

ଏମାନଙ୍କ ନିକଟରୁ ମୋଟ ୪୫୨ ଲିଟର ଦେଶୀ ମଦ, ୨୩୦୦ କେଜି ମହୁଲ ପୋଚ, ଗୋଟିଏ ସ୍କୁଟି, ଗୋଟିଏ ମୋଟରବାଇକ୍‌ ଜବତ କରିଛି। ଅନ୍ୟ କିଛି ସ୍ଥାନରେ ଚଢ଼ଉ ବେ‌ଳେ ମଦ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି। ଏମିତି ଚଢ଼ଉ ଆଗାମୀ ଦିନରେ ଜାରି ରହି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe