ଫାଣ୍ଡିରେ ଖତ ଖାଉଛି ଜବତ ଗାଡ଼ି, କୋଟି କୋଟି ଟଙ୍କାର ସମ୍ପଦ ନଷ୍ଟ

ଫାଣ୍ଡିରେ ଖତ ଖାଉଛି ଜବତ ଗାଡ଼ି, କୋଟି କୋଟି ଟଙ୍କାର ସମ୍ପଦ ନଷ୍ଟ

ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନରେ ଥିବା ରାଜସୁନାଖଳା ଫାଣ୍ଡିରେ କୋଟି କୋଟି ଟଙ୍କାର ଜବତ ଯାନବାହାନଗୁଡ଼ିକ ଫାଣ୍ଡି ପରିସରରେ ପଡ଼ି ଖତ ଖାଇବାରେ ଲାଗିଛି। ଏହି ଜବତ ଯାନବାହାନଗୁଡ଼ିକ ପ୍ରଶାସନ ପକ୍ଷରୁ ନିଲାମ କରାଯାଉନଥିବାରୁ ସରକାରଙ୍କର ବହୁ ରାଜସ୍ବ ହାନି ଘଟୁଥିବା ଦେଖିବାକୁ ମିଳିଛି। ଏହି ଜବତ ଯାନଗୁଡ଼ିକ ଛୋଟ ଛୋଟ ଦୁଇ ଚକିଆ ଯାନ ନୁହେଁ। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଦଶଚକିଆ ଟ୍ରକ୍‌, ୪୦୭ ମିନିଟ୍ରକ, ଟ୍ରାକ୍ଟର୍‌, ଅଟୋ, କାର୍‌ ରହିଥିବା ବେଳେ ବିଭିନ୍ନ ନାମୀ ଦାମୀ କମ୍ପାନିର ଟାବେରା, କାର୍‌ ଆଦି ରହିଥିବା ଦେଖିବାକୁ ମିଳିଛି।

publive-image

ଫାଣ୍ଡି ପରିସରରେ ଜାଗା ଅଭାବରୁ ଏ ଭଳି ସ୍ଥାନରେ ଗାଡ଼ିଗୁଡ଼ିକ ରଖାଯାଇଛି ଯେ ପରବର୍ତ୍ତୀ ସମୟରେ ଗାଡ଼ିଗୁଡ଼ିକର ଯନ୍ତ୍ରାଂଶ ଆଉ କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ପରିଲକ୍ଷିତ ହେଉଛି। ଅପରପକ୍ଷରେ ବର୍ଷ ବର୍ଷ ଧରି ଏହି ଯାନବାହାନକୁ ହଟା ନଯିବା କାରଣରୁ ଏଗୁଡ଼ିକରେ ଥିବା ଯନ୍ତ୍ରାଂଶଗୁଡ଼ିକ ଖରାବର୍ଷା କାରଣରୁ କଳଙ୍କି ଲାଗି ତଳେ ଖସି ପଡ଼ିଥିବା ଜଣାପଡ଼ିଛି ଏବଂ ଗାଡ଼ିଗୁଡ଼ିକ ଉପରେ ଗଛଲତା ମାଡ଼ିଯିବା ଦେଖିବାକୁ ମିଳିଛି। ଏହି ଭଳି ଫାଣ୍ଡି ପରିସର ବିଭିନ୍ନ ସରୀସୃପଙ୍କ ଆଡ଼ାସ୍ଥଳୀ ପାଲଟିଛି। ଏଠାରେ ଗଛଲତା ପରିପୂର୍ଣ୍ଣ କାରଣରୁ ଫାଣ୍ଡି ପଛପଟରେ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଥିବା ପରେ ମନେ ହେଉଛି। ଯାହା ଦ୍ୱାରା ସନ୍ଧ୍ୟା ହେଲେ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି, ଯାହା ଫଳରେ ଫାଣ୍ଡି କର୍ମଚାରୀମାନେ ଅଫିସ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି ହେଉଛି।

ଏ ସମ୍ପର୍କରେ ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଜବତ ଯାନବାହାନଗୁଡ଼ିକର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏ ନେଇ ଥାନା ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି। କୋର୍ଟଙ୍କ ରାୟ ଆସିଲା ପରେ ସରକାରଙ୍କ ନିୟମ ଅନୁସାରେ ଯାହା ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe