ବିପୁଳ ପରିମାଣର ‌ଗଞ୍ଜେଇ ଜବତ: ୨ଟି ଟ୍ରାକ୍ଟରରେ ଲଦି ଥାନାକୁ ଅଣାଗଲା

ବିପୁଳ ପରିମାଣର ‌ଗଞ୍ଜେଇ ଜବତ: ୨ଟି ଟ୍ରାକ୍ଟରରେ ଲଦି ଥାନାକୁ ଅଣାଗଲା

କଣ୍ଟାମାଳ: ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପୁଲିସ ସ୍କ୍ବାଡ୍‌ ସହ ମନମୁଣ୍ଡା ଥାନା ଓ ଶଗଡା ଫାଣ୍ଡି ପୁଲିସ ମିଳିତ ଚଢ଼ଉ କରି ସୋମବାର ସନ୍ଧ୍ୟାରେ ସେସକାପଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି। ଶଗଡ଼ା ଫାଣ୍ଡି ଅନ୍ତର୍ଗତ ଦୁର୍ଗମ ସେସକାପଦରରେ ଗଞ୍ଜେଇ କାରବାର ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଏହି ଚଢ଼ଉ କରାଯାଇଥିଲା।

ଜବତ ଗଞ୍ଜେଇକୁ ୨ଟି ଟ୍ରାକ୍ଟରରେ ଲଦି ମନମୁଣ୍ଡା ଥାନାକୁ ଅଣାଯାଇଥିବା ଜଣାପଡ଼ଛି। ଥାନାଧିକାରୀ ଗୋପୀନାଥ ପ୍ରଧାନଙ୍କୁ ଏ ସମ୍ପର୍କରେ ପଚାରିବାରୁ ଆସନ୍ତାକାଲି ସବିଶେଷ ସୂଚନା ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe