ଜେଲ୍‌ରୋଡ଼ରୁ ଜବରଦଖଲ ଉଚ୍ଛେଦ

Advertisment
ଜେଲ୍‌ରୋଡ଼ରୁ ଜବରଦଖଲ ଉଚ୍ଛେଦ

ବରଗଡ଼: ସ୍ଥାନୀୟ ଜେଲ୍‌ ରୋଡ୍‌, ଜର୍ଜ ହାଇସ୍କୁଲ ଛକରୁ ବିଶିପଡ଼ା, ଜର୍ଜ ହାଇସ୍କୁଲ ପାଚେରୀ କଡ଼ରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ପୁଲିସ୍‌ ଫୋର୍ସ ଉପସ୍ଥିତି‌େର ପୌର ପରିଷଦ ଜେଲ୍‌ ରୋଡ୍‌ର ୯ଟି ଉଠା ଦୋକାନ ଭାଂଗିଛି। ଏହାର ପ୍ରତିବାଦରେ ପରିବା ବିକାଳିମାନେ ରାସ୍ତା ଉପରେ ପରିବା କଚାଡ଼ି ଦେଇଥିଲେ। ପରେ ଯାଇ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନଙ୍କୁ କୃଷକ ବଜାର, ଦୈନିକ ହାଟରେ ପରିବା ବିକ୍ରି ପାଇଁ ସୁବିଧା କରାଯିବ ବୋଲି ପୌର ପରିଷଦ ପ୍ରତିଶ୍ରୁତି ଦେଇଛି।

ଏସବୁ ରାସ୍ତାରୁ ଜବରଦଖଲ ହଟାଇ ନେବା ପାଇଁ ପୌର ପରିଷଦ ୨୪ ଘଣ୍ଟାର ମହଲତ ବି ଦେଇଛି। ଏହି ଉଚ୍ଛେଦ ‌ପ୍ରକ୍ରିୟା ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନ୍‌ସେନା କହିଛନ୍ତି ଯେ, କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରିବା ବିକାଳିଙ୍କ ଲାଗି ନୂଆ ନୂଆ ସ୍ଥାନ ଚିହ୍ନଟ କରାଯାଇଥିଲା। ଏଥିରେ ଜେଲ୍‌ ରୋଡ୍‌ ଏବଂ ଜିଲ୍ଲା ସ୍କୁଲ ଛକ ରାସ୍ତା ବି ସାମିଲ ଥିଲା। କିନ୍ତୁ କ୍ରମଶଃ ଏଠାରେ ଜବରଦଖଲ ବଢ଼ିବା ସାଂଗକୁ ଅପରିଷ୍କାର ହେଉଥିଲା ଏବଂ ରାସ୍ତା ବି ସଂକୁଚିତ ହେଉଥିଲା। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଜବରଦଖଲ ହଟାଯାଇଛି ବୋଲି ଶ୍ରୀ ଡନ୍‌ସେନା କହିଛନ୍ତି। ଉଚ୍ଛେଦ ବେଳେ ପୌର ପ୍ରଶାସନ ପକ୍ଷରୁ ଲାଇସନ୍ସ ଇନ୍‌ସପେକ୍ଟର ଚିତ୍ତରଂଜନ ମହାପାତ୍ର, ସୁଶାନ୍ତ ପଧାନ, ମିତ୍ରଭାନୁ ସୁନା, ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe