୭ରୁ ଧନୁଯାତ୍ରା କଳାକାର ଚୟନ: କଂସ ପାଇଁ ମଇଦାନରେ ୫୬

Advertisment

ବୟସ ପାଇଁ କଟିଗଲେ ୨୩ ବର୍ଷର କଂସ ଏଲି   

ବୟସ ପାଇଁ କଟିଗଲେ ୨୩ ବର୍ଷର କଂସ ଏଲି   

୭ରୁ ଧନୁଯାତ୍ରା କଳାକାର ଚୟନ: କଂସ ପାଇଁ ମଇଦାନରେ ୫୬

Odisha Diary

ବରଗଡ଼: ଆସନ୍ତା ନଭେମ୍ବର ୭ ତାରିଖରୁ ଧନୁଯାତ୍ରା କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହେବ। ତିନି ଦିନ ଧରି ଏହା ଚାଲିବ। ୭ ତାରିଖ ଉଗ୍ରସେନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି, ୮ ତାରିଖ ଚାଣ୍ଡୁର, ମୁଷ୍ଟିକ, ମହାମନ୍ତ୍ରୀ, ଅକ୍ରୂର ଓ ସାର୍ତ୍ତକୀ, ୧୦ ତାରିଖ କେବଳ କଂସ ପାଇଁ ଚୟନ ଚାଲିବ। କଂସ ପାଇଁ ସର୍ବାଧିକ ୬୦ଜଣ ଆବେଦନ କରିଥିଲେ। ତେବେ ୪ଜଣଙ୍କ ଆବେଦନପତ୍ର ଖାରଜ୍‌ ପରେ ଏବେ ମଇଦାନରେ ୫୬ଜଣ ରହିଛନ୍ତି। ଆବେଦନରୁ ବାଦ୍‌ ପଡ଼ିଥିବା ୪ ଜଣଙ୍କ ମଧ୍ୟରେ ଗୋପାଳ ସାହୁ (ଏଲି) ମଧ୍ୟ ରହିଛନ୍ତି।

ଏଥର କଂସ ଚୟନ ପାଇଁ ବୟସସୀମା ୬୦ ରହିଥିଲା। ଚୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ୪ ଜଣ କଳାକାର ୬୦ ବର୍ଷରୁ ଅଧିକ। ଏଥିରେ ଏଲି ମଧ୍ୟ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଏଲି ବିଗତ ଦିନରେ ୨୩ ବର୍ଷ ଧରି ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର କଂସ ଭୂମିକା ନିର୍ବାହ କରିଥିଲେ। ନାରଦ ପାଇଁ ୧୪ଜଣଙ୍କ ମଧ୍ୟରୁ ୧୩ଟି ଅାବେଦନ କାଏମ୍‌ ରହିଛି। ଅନ୍ୟପକ୍ଷରେ ମହାମନ୍ତ୍ରୀ ପାଇଁ ୨୨, ମନ୍ତ୍ରୀ ପାଇଁ ୨୦, ସାର୍ତକୀ ପାଇଁ ୧୦, ଚାଣ୍ଡୁର ପାଇଁ ୧୯, ମୁଷ୍ଟିକ ପାଇଁ ୧୦, ଅକ୍ରୂର ପାଇଁ ୧୭, ଉଗ୍ରସେନ ପାଇଁ ୭, ବାସୁଦେବ ପାଇଁ ୧୯, ଦେବକୀ ପାଇଁ ୮ ଏବଂ ସେନାପତି ପାଇଁ ୩୭ ଜଣ ଆବେଦନ କାଏମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe