ବରପାଲି ଶୀତଳଷଷ୍ଠୀ ଯାତ୍ରାର ନୂଆ କର୍ମକର୍ତ୍ତା ଚୟନ

Advertisment
ବରପାଲି ଶୀତଳଷଷ୍ଠୀ ଯାତ୍ରାର ନୂଆ କର୍ମକର୍ତ୍ତା ଚୟନ

Kalinga TV

ବରପାଲି: ବରପାଲି ଶୀତଳଷଷ୍ଠୀ ଯାତ୍ରାର ଆସନ୍ତା ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଆଜି ଅପରାହ୍ନରେ ଭଣ୍ଡାର ଗୃହ ନୃପରାଜ କ୍ଲବରେ କମିଟିର ସଭାପତି ଆନନ୍ଦ ବାବୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପଣ୍ଡିତ ପିନାକୀ ଦାଶ ଶିବ ବନ୍ଦନା ଗାନ ପରେ କମିଟିର ଦିବଂଗତ ସଭ୍ୟ ମାନଭଞ୍ଜନ ମିଶ୍ର ଓ ହୃଷୀକେଶ ଥପାଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।

ପରେ ସମ୍ପାଦକ ଜୟନ୍ତ ତ୍ରିପାଠୀ ଗତ ଯାତ୍ରାର ଆୟବ୍ୟୟ ପଠନ କରିଥିଲେ। ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଆନନ୍ଦ ବାବୁ, ଉପ ସଭାପତି ପ୍ରଶାନ୍ତ ସାହୁ, ସମ୍ପାଦକ ଜୟନ୍ତ ତ୍ରିପାଠୀ, ସହ ସମ୍ପାଦକ ବାଳକୃଷ୍ଣ ପୂଝାରୀ, ରାଜେନ୍ଦ୍ର ପୂଝାରୀ, ଆଶିଷ ପଟ୍ଟନାୟକ, ଚନ୍ଦନ ସାହୁ, ଲଳିତ ବରିହା, କୋଷାଧ୍ୟକ୍ଷ ବିକ୍ରମ ସାହୁ, ସହ କୋଷାଧ୍ୟକ୍ଷ ପ୍ରସନ୍ନ ମେହେର, ମନୋରଞ୍ଜନ ସମ୍ପାଦକ ପିଙ୍କୁ ସାହୁ, ସହ ସମ୍ପାଦକ ସରୋଜ ତ୍ରିପାଠୀ, ସନ୍ତୋଷ ଗୁପ୍ତା, ସଞ୍ଜୟ ଗୁପ୍ତା, ପ୍ରଚାର ପ୍ରସାର ପାଇଁ ପଦ୍ମଲୋଚନ ସାହୁ ଓ ସୁବ୍ରତ ସାହୁଙ୍କୁ ଚୟନ କରାଯାଇଥିଲା। ଆସନ୍ତା ବର୍ଷ ଯାତ୍ରାରେ କନ୍ୟା ପିତା ଭାବରେ ବରଗଡ଼ର ଦେବେଶ ଆଚାର୍ଯ୍ୟଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ସହ ଯୋଗାଯୋଗ କରିବା ପାଇଁ ସଭାପତି ଓ ସମ୍ପାଦକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଆସନ୍ତା ୧୦ ତାରିଖ ଶ୍ରାବଣ ଚତୁର୍ଦ୍ଦଶୀ ଦିନ କପିଳେଶ୍ୱର ମନ୍ଦିରରେ ଯାତ୍ରା କମିଟି ପକ୍ଷରୁ ରୁଦ୍ରାଭିଷେକ କରାଯିବା ପାଇଁ କମିଟିର ବିଭିନ୍ନ ସଭ୍ୟମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ଶେଷରେ ବିନୋଦାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ। ବୈଠକରେ ଯାତ୍ରା କମିଟିର ବହୁ ସଭ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe