୧୯ରୁ ଦ୍ବିତୀୟ ପର୍ଯ୍ୟାୟ ଆତ୍ମରକ୍ଷା କୌଶଳ ତାଲିମ

Advertisment
୧୯ରୁ ଦ୍ବିତୀୟ ପର୍ଯ୍ୟାୟ ଆତ୍ମରକ୍ଷା କୌଶଳ ତାଲିମ

Patrika

ଭୁବନେଶ୍ବର : କଲେଜସ୍ତରରେ ଛାତ୍ରୀମାନଙ୍କୁ ତାଲିମ ଦେବା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ର ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଉଛି। ଗତ ୧୦ ତାରିଖଠାରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରସ୍ଥିତ କରାଟେ ସ୍କୁଲରେ ୧୨୦ ଜଣ ଛାତ୍ରୀଙ୍କ ତାଲିମ ଚାଲୁଥିବା ବେଳେ ଆସନ୍ତା ୧୯ ତାରିଖଠାରୁ ଦ୍ବିତୀୟ ପର୍ଯ୍ୟାୟ ତାଲିମ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ମୋଟ ୧୨୦ ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବ। ‌ଏନେଇ ଆଜି ବିଭାଗ ପକ୍ଷରୁ ତାଲିମ ନେବାକୁ ଥିବା ଛାତ୍ରୀଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ଏହି ଛାତ୍ରୀମାନେ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍କଳ କରାଟେ ସ୍କୁଲରେ ପହଞ୍ଚିବାକୁ କୁହାଯାଇଛି। ଯେଉଁ ଛାତ୍ରୀମାନେ ଏଥିରେ ଭାଗ‌ନେବେ‌ ସେମାନେ କେଉଁ ସବୁ ସାମଗ୍ରୀ ସାଙ୍ଗ‌ରେ ଆଣି ଆସିବେ ସେ‌ନେଇ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe