ମାର୍ଚ୍ଚ ୩ରୁ ଆତ୍ମରକ୍ଷା କୌଶଳ ତାଲିମ

Advertisment
ଆତ୍ମରକ୍ଷା ପ୍ରଶିକ୍ଷଣ: ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶର ମାଧ୍ୟମ

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ଡିଗ୍ରି କଲେଜର ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରାଯିବ। ଜାନୁଆରିରେ ଆରମ୍ଭ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମ କରୋନା ତୃତୀୟ ଲହର ଲାଗି ସ୍ଥଗିତ ରଖାଯାଇଥିଲା। ଏବେ ସଂକ୍ରମଣ କମିବା ସହ ସ୍ଥିତିରେ ସୁଧାର ଆସିଥିବାରୁ ମାର୍ଚ୍ଚ ୩ରୁ ଭୁବନେଶ୍ବରସ୍ଥିତ ଉତ୍କଳ କ‌ରାଟେ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ୩୭୭ ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବ। ମାର୍ଚ୍ଚ ୩ରୁ ୯ ପର୍ଯ୍ୟନ୍ତ ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ୧୧୬ଜଣ ଛାତ୍ରୀଙ୍କୁ ତାଲିମ୍‌ ଦିଆଯିବ। ୧୧ରୁ ୧୭ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ୧୩୪ ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବାକୁ ଥିବା ବେଳେ ୨୧ରୁ ୨୭ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୧୨୭ ଜଣ ଛାତ୍ରୀଙ୍କୁ ତାଲିମ ମିଳିବ। ଧାର୍ଯ୍ୟ ତାରିଖର ଗୋଟିଏ ଦିନ ପୂର୍ବରୁ ଛାତ୍ରୀମାନେ ରିପୋର୍ଟିଂ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe