ଘରୋଇ ବିଶ୍ବବିଦ୍ୟାଳୟର ପାଇଁ ସେଲ୍‌ଫ ଫାଇନାନସିଂ କୋର୍ସ ବନ୍ଦ ହେଉଛି: ଏଆଇଏସ୍‌ଏଫ୍

Advertisment
ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

India TV

ଭୁବନେଶ୍ବର : ରାଜ୍ୟପାଳଙ୍କ ସଚିବ ଶାଶ୍ବତ ମିଶ୍ରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରି ରାଜ୍ୟର ପ୍ରମୁଖ ତିନିଟି ବିଶ୍ବବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍ସିଂ କୋର୍ସକୁ ବନ୍ଦ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍) କହିଛି। ଏଆଇଏସ୍‌ଏଫ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉଚ୍ଚଶିକ୍ଷା ବିଭାଗ ସିଲାବସ୍‌କୁ ତର୍ଜମା କରି ନୂତନ ବିଷୟକୁ ଗୁରୁତ୍ବ ଦେବା, ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଗୁରୁତ୍ବ ବହନ କରୁଥିବା ବିଷୟଗୁଡ଼ିକୁ ସ୍ଥାୟୀ ପାଠ୍ୟକ୍ରମରେ ସାମିଲ କରିବାରେ ଫେଲ୍‌ ମାରିଛି। ୮୦-୯୦ ଦଶକରେ ପଢ଼ାଯାଉଥିବା ବିଷୟଗୁଡ଼ିକୁ ଆଜି ବି ସ୍ଥାୟୀ ବିଷୟ ଭାବେ ପଢ଼ାଯାଉଥିବାବେଳେ ବୃତ୍ତିଗତ ବିଷୟଗୁଡ଼ିକୁ ସେଲ୍‌ଫ ଫାଇନାନ୍ସିଂ କୋର୍ସରେ ପଢ଼ାଯାଉଛି।

ଛାତ୍ରଛାତ୍ରୀ ହଜାର ହଜାର ଟଙ୍କା ଦେଇ ଏହି ପାଠ୍ୟକ୍ରମ ପଢ଼ୁଥିବାବେଳେ ସରକାରଙ୍କର କୌଣସି ସହଯୋଗ ଏଥିରେ ନଥାଏ। ହେଲେ ସରକାରୀ ବିଶ୍ବବିଦ୍ୟାଳୟରୁ ଏହି ସେଲ୍‌ଫ ଫାଇନାନ୍ସିଂ କୋର୍ସ ଉଠାଇଦେବା ଫଳରେ ଘରୋଇ ଶିକ୍ଷାନୁଷ୍ଠାନ ପିଲାଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟିବାର ବାଟ ଖୋଲିଯିବ। ଏପରିକି ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସାମାଜିକ ଓ ଆର୍ଥିକ ଅବହେଳିତ ବର୍ଗର ପିଲା ଏହି ଶିକ୍ଷାରୁ ବଞ୍ଚିତ ହେବେ। ତେଣୁ ରାଜ୍ୟ ସରକାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ପଢ଼ାଯାଉଥିବା ସେଲ୍‌ଫ ଫାଇନାନସିଂ କୋର୍ସଗୁଡ଼ିକର ସଂପୂର୍ଣ୍ଣ ଦାୟିତ୍ବ ନେଇ ଏହାକୁ ସ୍ଥାୟୀ ଓ ନିୟମିତ ବିଷୟ ଭାବେ ଗ୍ରହଣ କରନ୍ତୁ। ନ‌େଚତ୍‌ ଓଡ଼ିଶାର ଛାତ୍ରଛାତ୍ରୀ ଏହାର ଉଚିତ୍ ଜବାବ୍ ଦେବେ ବୋଲି ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe