ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିମାପଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ରବିବାର ନିମାପଡ଼ା ଗସ୍ତ କରିଛନ୍ତି । ସେ ନିମାପଡ଼ାର ଜୟଶ୍ରୀ ଛକଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ୪ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୫ ଗୋଟି ସଂଯୋଗୀକରଣ ଡ୍ରେନ୍‌ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ...

Self Governance Day observed in Nimapada in the presence of the Deputy Chief Minister

Self Governance Day observed in Nimapada in the presence of the Deputy Chief Minister

ବାମନାଳ:  ସ୍ୱାୟତ୍ତ ଶାସନ ଦିବସ ଅବସରରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ନିମାପଡ଼ା ଗସ୍ତ କରିଛନ୍ତି । ଏହି ଅବସରରେ ସେ ନିମାପଡ଼ାର ଜୟଶ୍ରୀ ଛକଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ୪ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୫ ଗୋଟି ସଂଯୋଗୀକରଣ ଡ୍ରେନ୍‌ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ୫ ଗୋଟି ଡ୍ରେନ୍‌ ମୁଖ୍ୟ ଡ୍ରେନ୍‌ ସହ ସଂଯୋଗ ହେବ। ଯାହାଫଳରେ ବିଭିନ୍ନ ୱାର୍ଡରେ ଦୀର୍ଘ ଦିନରୁ ଲାଗି ରହିଥିବା ବର୍ଷା ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

 
ସ୍ୱାୟତ୍ତ ଶାସନ ଦିବସ ଅବସରରେ, ନିମାପଡ଼ାର ବ୍ଲକ୍ ଛକଠାରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନିର୍ମିତ ହୋଇଥିବା ୨ ଗୋଟି ୱାଟର୍‌ ଫାଉଣ୍ଟେନ୍‌ର ଉଦ୍‌ଘାଟନ କରିଥିଲେ। ଏହାପରେ ନିମାପଡ଼ା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

 
ଏହାପରେ ସେ ୱାର୍ଡ ନମ୍ବର ୩ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସ୍ଥାନୀୟ ଜନସାଧାରଣ, ନେତୃବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ମିଶି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ 'ମନ କୀ ବାତ୍' କାର୍ଯ୍ୟକ୍ରମ ଶୁଣିଥିଲେ।

'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ଝିଅ ରଶ୍ମିତା ସାହୁଙ୍କର ସଫଳତାକୁ ଉଲ୍ଲେଖ କରିବା ଏବଂ ତାଙ୍କୁ ଉତ୍ସାହିତ କରିବା ପାଇଁ ଫୋନ୍ ଯୋଗେ ଦେଇଥିବା ବାର୍ତ୍ତା ଶୁଣିବା ଆମ ପାଇଁ ଗୌରବର କଥା ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। 

ଏହା ରାଜ୍ୟର ଅଗଣିତ କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିବ ବୋଲି ସେ ମତ ରଖିଥିଲେ। ଶେଷରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ମାନ୍ୟବର ଜଗତସିଂହପୁର ସାଂସଦ  ବିଭୁପ୍ରସାଦ ତରାଇଙ୍କ ସହ ଯୋଗ ଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୪ ମାସ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ, ଜନ ଅଭିଯୋଗ ଶୁଣାଣି, ଏବଂ ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ସେ ମତ ରଖିଥିଲେ।

ଅନ୍ୟପକ୍ଷରେ ଆଗାମୀ ଦିନରେ ନିମାପଡ଼ା ସହରକୁ ବିକଶିତ ଓ ଉତ୍କର୍ଷ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବିଜ୍ୟାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛତା କାର୍ଯ୍ୟ ପାଇଁ ବ୍ୟବହାର ହେବାକୁ ଥିବା ଟ୍ରାକ୍ଟରର ଶୁଭାରମ୍ଭ କରାଯାଇଥିଲା। ଅନ୍ୟପକ୍ଷରେ ବକ୍ତୃତା, ପ୍ରବନ୍ଧ ରଚନା, ସ୍ଲୋଗାନ ଲିଖନ, ଡ୍ରଇଁ ଏବଂ ବ୍ୟାଡମିଣ୍ଟନ୍‌ ଆଦି ପ୍ରତିଯେୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମଧ୍ୟ ବଣ୍ଟନ କରାଯାିଥିଲା। ସେହିଭଳି ଖାଦ୍ୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୩ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଅବସରରେ ପୁରସ୍କାର ବଣ୍ଟନ କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ, ଏନ୍ ଏସି ଅଧ୍ୟକ୍ଷା ସସ୍ମିତା ସାହୁ , ଉପାଧ୍ୟକ୍ଷ ସନ୍ତୋଷ ଦାଶ,ସାଂସଦ ପ୍ରତିନିଧି ମିନଲତା ମହାନ୍ତି, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ଏନ୍ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାଶଙ୍କ ସମେତ ଏନ୍ଏସିର ସମସ୍ତ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe