Self-help group mother: ସ୍ୱୟଂ ସହାୟିକା ଗୋଷ୍ଠୀ ମା’ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ମହିଳା ସଶକ୍ତୀକରଣ ହେଉଛି ବିକଶିତ ଓଡ଼ିଶା ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ଼ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି।

shfshfsxvbbv

ଭୁବନେଶ୍ୱର: ମହିଳା ସଶକ୍ତୀକରଣ ହେଉଛି ବିକଶିତ ଓଡ଼ିଶା ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ଼ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛି। ଆଜି ମିସନ୍‌ ଶକ୍ତି ଭବନଠାରେ ଆୟୋଜିତ ‘ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଧ ଫେରସ୍ତ’  କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ। ସରକାର ଜୀବିକାମୂଳକ ଅର୍ଥନୈତିକ ମଡେଲ୍‌ ମାଧ୍ୟମରେ  ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସଦା ପ୍ରତିବଦ୍ଧ ବୋଲି ସେ କହିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜୀବନଜୀବିକାର ବିକାଶ ତଥା ଉଦ୍ୟୋଗୀ ମନୋଭାବକୁ  ପ୍ରୋତ୍ସାହନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବ୍ୟାଙ୍କ ଋଣ ବ୍ୟବସ୍ଥା। ଗୋଷ୍ଠୀଗୁଡ଼ିକ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କ ଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଯାଇଥାଏ। 

ଆଜିର କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ୨ ଲକ୍ଷ ୨୪ ହଜାର ୮୮୪ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୧୧୭ କୋଟି ୧୨ ଲକ୍ଷ ୫ ହଜାର ୧୬୪ ଟଙ୍କାର ସୁଧ ରାଶି ଫେରସ୍ତ  କରିଥିଲେ। ଏହି ପଦକ୍ଷେପ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ଆର୍ଥିକ ଭାବେ ସଶକ୍ତ କରିବା ସହ ରାଜ୍ୟର ବିକାଶ ଏବଂ ଆର୍ଥିକ ପ୍ରଗତି ପ୍ରତି ସରକାରଙ୍କ ସଂକଳ୍ପକୁ ପୁଣି ଥରେ ସ୍ପଷ୍ଟ କରିଛି। ଏହି କାର୍ଯ୍ୟକ୍ରମରେ ମିସନ୍‌ ଶକ୍ତି ବିଭାଗ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଜ୍ୟୋତିଶଙ୍କର ମହାପାତ୍ର, ଓଡ଼ିଶା ଜୀବିକା ମିସନ୍‌ର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe