ଋଣ ଅର୍ଥକୁ ବ୍ୟବହାର କରି ସଶକ୍ତି ହେଉଛି ସ୍ବୟଂ ସହାୟକ ଗୋଷ୍ଠୀ

Advertisment
ଋଣ ଅର୍ଥକୁ ବ୍ୟବହାର କରି ସଶକ୍ତି ହେଉଛି ସ୍ବୟଂ ସହାୟକ ଗୋଷ୍ଠୀ

livemint.com

ଭୁବନେଶ୍ବର : ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କରୁ ଋଣ ନେଇଥାନ୍ତି। ନିୟମିତ ଋଣ ଫେରସ୍ତ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସମସ୍ତ ସୁଧ ଫେରସ୍ତ କରାଯାଉଛି। ଋଣ ଅର୍ଥକୁ ବ୍ୟବହାର କରି ସ୍ବୟଂ ସହାୟକ ଗୋଷ୍ଠୀମାନେ ସଶକ୍ତି ହେଉଥିବା ସୂଚନା ଦେଇଛନ୍ତି ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ ରହିଥିଲା କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରୋଜଗାର ଭିତ୍ତିକ ପ୍ରକଳ୍ପ ନାଁରେ ରିହାତି ସୁଧ ହାରରେ ଋଣ ନେଇ ଚଢ଼ା ସୁଧରେ ଲଗାଉଛନ୍ତି। ଋଣ ଅସୁଲ ବେଳେ ସ୍ଥଳ ବିଶେଷରେ ଜୁଲମ କରୁଥିବା ଅଭିଯୋଗର ସତ୍ୟତା କେତେ ଓ ଏଭଳି କେତୋଟି ଅଭିଯୋଗ ଆସିଛି। ‌ହେଲେ ଶ୍ରୀମତୀ ହେମ୍ବ୍ରମ୍ ଏ ନେଇ କିଛି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି।

ମହିଳା ଉଦ୍ୟୋଗୀଙ୍କ ଋଣ ଟଙ୍କା ପରିଶୋଧ ସମ୍ବନ୍ଧୀୟ ତଥ୍ୟ ନାହିଁ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୦୮/୦୯ ମସିହାରୁ ପ୍ରଧାମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ବା ପିଏମ୍‌ଇଜିପି ମାଧ୍ୟମରେ ଗ୍ରାମାଞ୍ଚଳ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଲଘୁ ଉଦ୍ୟୋଗ ଓ କୁଟୀର ଶିଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହିତ କରାଯାଉଛି। ମହିଳା ଉଦ୍ୟୋଗୀଙ୍କ ଋଣ ଟଙ୍କା ପରିଶୋଧ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ନ ଥିବା ସୂଚନା ଦେଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ପିଏମ୍‌ଇଜିପି ସହିତ ଜିଲ୍ଲା ଶିଳ୍ପ କେନ୍ଦ୍ର/ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ, ଭୁବନେଶ୍ବର, କଏର ବୋର୍ଡ, ଖଦି ଓ ଗ୍ରାମୋଦ୍ୟୋଗ କମିସନ ଜଡ଼ିତ ଅଛନ୍ତି। ଏହି ଯୋଜନା ଅଧାରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ହିତାଧିକାରୀଙ୍କୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଦ୍ବାରା ତାଲିମ ପ୍ରଦାନ କରାଯାଉଛି। ଉଦ୍ୟୋଗୀମାନଙ୍କଠାରୁ ପ୍ରାପ୍ତ ଋଣ ଆବେଦନ ପତ୍ରକୁ ବ୍ୟାଙ୍କମାନଙ୍କୁ ସୁପାରିଶ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe