ପରିବେଶର ସୁରକ୍ଷା ପାଇଁ ଆତ୍ମସମୀକ୍ଷା ଆବଶ୍ୟକ: ପ୍ରଶାନ୍ତ

ପ୍ରତ୍ୟେକ ବ୍ୟକ୍ତି ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତିଠୁ ଯାହା ପାଇଛି, ସେଥିପ୍ରତି ଦାୟିତ୍ବ ନିର୍ବାହ କରିବା ଦରକାର। କିନ୍ତୁ ଏପରି ହେଉ ନଥିବାରୁ ଜଳବାୟୁରେ ବଡ଼ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।

fhfshfsxbvb

ସାଲେପୁର: ପ୍ରତ୍ୟେକ ବ୍ୟକ୍ତି ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତିଠୁ ଯାହା ପାଇଛି, ସେଥିପ୍ରତି ଦାୟିତ୍ବ ନିର୍ବାହ କରିବା ଦରକାର। କିନ୍ତୁ ଏପରି ହେଉ ନଥିବାରୁ ଜଳବାୟୁରେ ବଡ଼ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଅସମୟରେ ବନ୍ୟା, ବାତ୍ୟା, ମରୁଡ଼ି ହୋଇ ଶହଶହ ଲୋକଙ୍କ ଜୀବନ ହାନି ହେଉଛି। ତେଣୁ ଦିନ ଆସିବ ଯେତେବେଳେ ଜଳବାୟୁ ପାଇଁ ତୃତୀୟ ବିଶ୍ବଯୁଦ୍ଧ ହେବ। ସେତେବେଳେ ପରିସ୍ଥିତି ଭୟଙ୍କର ହୋଇଯିବ। ଏହାକୁ ଏଡ଼ାଇବାକୁ ହେଲେ ସମସ୍ତେ ପରିବେଶ ପ୍ରତି ସଚେତନ ହେବା ଓ ଆତ୍ମସମୀକ୍ଷା କରିବା ନିହାତି ଆବଶ୍ୟକ। ସମାଜ ଓ ପରିବେଶ ପ୍ରତି ଆମର କ’ଣ ଦାୟିତ୍ବ ରହିଛି ସେଥିପ୍ରତି ଆମେ ଯତ୍ନବାନ ହେବା। 

ଟାଙ୍ଗୀ-ସାଲେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିଶୁ ପଞ୍ଚାୟତର କଲ୍ୟାଣପୁରସ୍ଥିତ ଜନ ଆରୋଗ୍ୟ‌ କଲ୍ୟାଣ କେନ୍ଦ୍ର ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ପରିବେଶର ସୁରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବା ଉଚିତ। ଏପରି ହେଲେ ପରିବେଶ ସୁରକ୍ଷିତ ରହିବା ସହ ସୌନ୍ଦର୍ଯ୍ୟମୟ ହୋଇପାରିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ବର୍ଷରେ ଅନ୍ତତଃ ଥରେ ଗୋଟିଏ ଗଛ ‌ଲଗାଇବା ପାଇଁ ଶପଥ ନେବାକୁ ହେବ। କେବଳ ଶପଥ ନେଲେ ହେବନି, ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ହେବ। ଏଥିପାଇଁ ପ୍ରଥମେ ନିଜ ପରିବାରରୁ ପ୍ରୟାସ ଆରମ୍ଭ ହେବା ଉଚିତ। ନିଜେ ଭଲ କାମ କଲେ ପରିବାର ଉପରେ ତାହାର ପ୍ରଭାବ ପଡ଼ିବ।

ପରିବାର ଠିକ୍‌ ରହିଲେ ପରିବେଶ ଠିକ୍‌ ରହିବ। ‌ଆମ ପଞ୍ଚାୟତର ରାସ୍ତାଘାଟ, ପୋଖରୀ ତୁଠ ଇତ୍ୟାଦିର ପରିବେଶ କିପରି ଭଲ ରହିପାରିବ, ସେଥିପ୍ରତି ସମସ୍ତେ ଯତ୍ନବାନ ହେଲେ ସାଲେପୁର ସମୃଦ୍ଧ ହୋଇପାରିବ ବୋଲି ବିଧାୟକ କହିଛନ୍ତି। ସାଲେପୁର ପ୍ରତିନିଧି ସାରଦା ପ୍ରସନ୍ନ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ଏହି ପ୍ରୟାସକୁ ଉପସ୍ଥିତ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଜନ୍ମଦିନରେ ଗଛ ଲଗାଇବା ସହ ପଲିଥିନ୍‌ ବର୍ଜନ କରିବା, କାଗଜର ବହୁଳ ବ୍ୟବହାର, ବାହାରେ ମଳତ୍ୟାଗ ବନ୍ଦ କରିବା ପାଇଁ ମତପ୍ରକାଶ ପାଇଛି। ଏଥିସହ କଳକାରଖାନା ପାଇଁ ଗଛ କଟାଯିବା ବନ୍ଦ କରିବା ଉଚିତ ବୋଲି ଅନେକ ମତ ଦେଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଦୀପ୍ତିରଞ୍ଜନ ସାମଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସାଲେପୁର ଶାଖା ‘ସମ୍ବାଦ-ସାହିତ୍ୟଘର’ ସମ୍ପାଦକ ସମ୍ବିତ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe