ଡଙ୍ଗାରେ ସେଲ୍‌ଫି ହେଲା କାଳ: ବୁଡ଼ିଗଲେ ୩ ଛାତ୍ର, ଦୁଇ ନିଖୋଜ

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଅଘଟଣ ଘଟିଛି। ଆଜି ଅପରାହ୍ନରେ ଗୋଟିଏ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଫଟୋ ଉଠାଇବା ପାଇଁ ଦେଶୀ ଡଙ୍ଗା ନେଇ ୩ଜଣ ନବମ ଶ୍ରେଣୀ ଛାତ୍ର ଜଳଭଣ୍ଡାର ଭିତରକୁ ଯାଇଥିଲେ।

water

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଅଘଟଣ ଘଟିଛି। ଆଜି ଅପରାହ୍ନରେ ଗୋଟିଏ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଫଟୋ ଉଠାଇବା ପାଇଁ ଦେଶୀ ଡଙ୍ଗା ନେଇ ୩ଜଣ ନବମ ଶ୍ରେଣୀ ଛାତ୍ର ଜଳଭଣ୍ଡାର ଭିତରକୁ ଯାଇଥିଲେ। ଜଣେ ଛାତ୍ର ପହଁରା ଜାଣିଥିବାରୁ କୂଳକୁ ଫେରିଆସିଛି। ଅନ୍ୟ ଦୁଇଜଣ ଛାତ୍ରଙ୍କ ପତ୍ତା ମିଳୁନି। ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଶନିବାର ବିଦ୍ୟାଳୟରୁ ଫେରିବା ରାସ୍ତାରେ ଜଲାପୁଟ ଗାଁର ଶିବ ହନ୍ତାଳ, ଅମିତ ହନ୍ତାଳ, ଗୌତମ ଖେମୁଣ୍ଡୁ ଜଲାପୁଟ ଜଳଭଣ୍ଡାର ବୁଲିବାକୁ ଯାଇଥିଲେ। କୂଳରେ ଫଟୋ ଉଠାଇବା ପରେ ଜଳଭଣ୍ଡାର ଭିତରେ ପଶି ଫଟୋ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କୂଳରେ ଲାଗିଥିବା ଗୋଟିଏ ଦେଶୀ ଡଙ୍ଗାରେ ବସି ପାଣିରେ ପଶିଥିଲେ। କିନ୍ତୁ ଫଟୋ ଉଠାଇବାରେ ଏତେ ମାତ୍ରାରେ ମଜିଗଲେ ଯେ ଡଙ୍ଗା ପବନରେ ଭାସି ଭାସି ଜଳଭଣ୍ଡାର ମଝିକୁ କେତେବେଳେ ଚାଲିଗଲା ଜାଣି ପାରିନଥିଲେ। କିଛି ସମୟ ପରେ ଡଙ୍ଗାରେ ରହିଥିବା ଛିଦ୍ରରେ ପାଣି ପଶିବା ଆରମ୍ଭ ହୋଇଥିଲା। ଡଙ୍ଗା ଟଳମଳ ହେବାରୁ ସମସ୍ତେ ବିବ୍ରତ ହୋଇ କୂଳକୁ ଫେରିବା ପାଇଁ ଉଦ୍ୟମ କରିଥିଲେ। 

ଅସ୍ତବ୍ୟସ୍ତ ହେବାରୁ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ପହଁରା ଜାଣିଥିବାରୁ ଗୌତମ ଖେମୁଣ୍ଡୁ ବହୁ କଷ୍ଟରେ କୂଳକୁ ଆସିଥିଲା। ଗାଁକୁ ଫେରି ତୁରନ୍ତ ପରିବାର ଏବଂ ଗ୍ରାମବାସୀଙ୍କୁ ଘଟଣା ବିଷୟରେ କହିଥିଲା। ଗ୍ରାମବାସୀ ପହଞ୍ଚି କିଛି ସମୟ ସନ୍ଧାନ କରି ବିଫଳ ହୋଇଥିଲେ। ଖବର ଦିଆଯିବାରୁ ମାଛକୁଣ୍ଡ ପୁଲିସ ଏବଂ ନନ୍ଦପୁର ଅଗ୍ନିଶମ ବାହିନୀ ଜଳଭଣ୍ଡାର କୂଳରେ ପହଞ୍ଚିଥିଲେ। ଡଙ୍ଗା ନେଇ ଖୋଜାଖୋଜି ଆରମ୍ଭ କରିବା ବେଳକୁ ଅନ୍ଧାର ହୋଇଯାଇଥିଲା। ସୁରକ୍ଷା କାରଣରୁ ଆଜି ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଛି। ଆସନ୍ତାକାଲି ସକାଳୁ ପୁଣି ଆରମ୍ଭ ହେବ ବୋଲି ନନ୍ଦପୁର ଏସ୍‌ଡିପିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe