୧୩ ଡିଗ୍ରି ତଳେ ରାଜ୍ୟର ୧୩ଟି ସହରର ତାପମାତ୍ରା

Advertisment
୧୩ ଡିଗ୍ରି ତଳେ ରାଜ୍ୟର ୧୩ଟି ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଛି।

ଅପରପକ୍ଷରେ ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ତାପମାତ୍ରା ୯.୫ଡିଗ୍ରି, ଫୁଲବାଣୀ (କନ୍ଧମାଳ)ରେ ୯.୬, ଦାରିଙ୍ଗବାଡି (କନ୍ଧମାଳ)ରେ ୧୦, କୋରାପୁଟରେ ୧୦, କେନ୍ଦୁଝରରେ ୧୦, ଭବାନୀପାଟଣା (କଳାହାଣ୍ଡି)ରେ ୧୦.୬ ଡିଗ୍ରି, ଝାରସୁଗୁଡ଼ାରେ ୧୦.୮, ଚିପିଲିମା (ସମ୍ବଲପୁର)ରେ ୧୦.୮, ସୁନ୍ଦରଗଡ଼ରେ ୧୨.୫ ଓ ଦେବଗଡ଼ରେ ୧୨.୫ ଡିଗ୍ରି ସେଲସିୟଅସ୍ ରେକର୍ଡ ହୋଇଛି। କଟକ-ଭୁବନେଶ୍ବରର ତାପମାତ୍ରା ମଧ୍ୟ ୧୭ ଡିଗ୍ରି ତଳକୁ ଖସିଛି। ଗତ ରାତିରେ କଟକର ରାତି ତାପମାତ୍ରା ୧୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ୧୬.୫ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe