କେଏମ୍‌ବିବି +୨ ବିଜ୍ଞାନ ବିଦ୍ୟାଳୟରେ ଆଲୋଚନାଚକ୍ର

Advertisment
କେଏମ୍‌ବିବି +୨ ବିଜ୍ଞାନ ବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ବର : ନରଣପୁରସ୍ଥିତ କେଏମ୍‌ବିବି କ୍ୟାମ୍ପସ୍‌-୨ରେ ଶନିବାର ଦିନ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବୈଜ୍ଞାନିକ ତଥା ଲେଖକ ପ୍ରଫେସର୍‌ ଡ. ଚିତ୍ତରଂଜନ ମିଶ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରମାଦେବୀ, ଶୈଳବାଳାଙ୍କ ଜୀବନୀ, ବିଭିନ୍ନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜୀବନରେ ବିଜ୍ଞାନର ଗୁରୁତ୍ବ, ବିଭିନ୍ନ ପର୍ଯ୍ୟଟନଶୈଳୀର ମହତ୍ତ୍ବ ଓ ବିଭିନ୍ନ ଲେଖକ, କବି, ଗାଳ୍ପିକଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ବିଜ୍ଞାନର ଓ ବିଜ୍ଞାନ ଦିବସର ମହତ୍ତ୍ବ, ସାହିତ୍ୟର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ଆଲୋଚନାଚକ୍ର ଆୟୋଜନ କରିବା ସହିତ ବିଜ୍ଞାନର ଗୁରୁତ୍ବ ସମ୍ପର୍କରେ ମତ ରଖିଥିଲେ। ଆଲୋଚନାଚକ୍ରରେ ବିଦ୍ୟାଳୟନର ନୂତନ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକମାନେ ଉପସ୍ଥିତ ଥିଲେ। ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ସୁଶ୍ରୀ ରେମାଲି ‌ସୋନମ୍‌ ସମର୍ପିତା ଓ ପଦାର୍ଥ ବିଜ୍ଞାନର ଅଧ୍ୟାପକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe