ଆଗାମୀ ଦିନର ଶିକ୍ଷା ଗୁଣବତ୍ତା ଉପରେ ପର୍ଯ୍ୟବସିତ ହେବା ଉଚିତ: ବୁଦ୍ଧିଜୀବୀ

Advertisment

‘୨୦୫୦ ମସିହାରେ ଓଡ଼ିଶାରେ ଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ର

‘୨୦୫୦ ମସିହାରେ ଓଡ଼ିଶାରେ ଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ର

ଆଗାମୀ ଦିନର ଶିକ୍ଷା ଗୁଣବତ୍ତା ଉପରେ ପର୍ଯ୍ୟବସିତ ହେବା ଉଚିତ: ବୁଦ୍ଧିଜୀବୀ

ଭୁବନେଶ୍ୱର: ଆଗାମୀ ଦିନର ଶିକ୍ଷା ଉତ୍ତମ ଗୁଣବତ୍ତା ଉପରେ ପର୍ଯ୍ୟବସିତ ହେବା ଉଚିତ। ସେଥିପାଇଁ ଶିକ୍ଷାଦାନ ଓ ପାଠ୍ୟକ୍ରମ ପ୍ରସ୍ତୁତିରେ ଜଡ଼ିତ ଥିବା ବିଶେଷଜ୍ଞମାନେ ଏବେଠାରୁ ଚିନ୍ତା କରିବା ଆବଶ୍ୟକ ବୋଲି ଏଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି ।

ଭୁବନେଶ୍ୱରର ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ର ୨୦ତମ ବାର୍ଷିକୋତ୍ସବ ଅବସରରେ ‘ବିଜ୍ଞାପନ’ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ମିଳିତ ଭାବେ ‘୨୦୫୦ ମସିହାରେ ଓଡ଼ିଶାରେ ଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ, ୟୁସିସିଆଇଏଲ୍‌ ସଭାପତି ବ୍ରହ୍ମା ମିଶ୍ର, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍‌ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ନୱାଜ ହାସନ, ବଡ଼ବିଲ କଲେଜ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମାଧବ ଚନ୍ଦ୍ର ମିଶ୍ର ଏବଂ ନାଲ୍‌କୋର  ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ବି. କେ. ଶତପଥୀ ପ୍ରମୁଖ ଆଲୋଚକ ଭାବରେ ଯୋଗଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ତିରିଶ ବର୍ଷ ପରେ ଓଡ଼ିଶାର ଶିକ୍ଷା ବଳୟ କିଭଳି ହେବା ଉଚିତ ସେ ସମ୍ପର୍କରେ ବକ୍ତାମାନେ ସୁଚିନ୍ତିତ ମତ ପୋଷଣ କରିଥିଲେ। ସଭାରେ ଉପସ୍ଥିତ ଥିବା ଶ୍ରୋତାମଣ୍ଡଳୀଙ୍କ ମଧ୍ୟରୁ କେତେଜଣ ଅତିଥି ମଧ୍ୟ ଆଲୋଚନାରେ ନିଜ ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୨’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କ୍ୟାରିୟର ଗାଇଡ୍‌ର ସଂପାଦକ ଦିଲୀପ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ୟୁସିସିଆଇଏଲ୍ର ସମ୍ପାଦକ ଅଶୋକ ସାରଦା ଆଲୋଚନାଚକ୍ରର ନିର୍ଯ୍ୟାସ ଉପସ୍ଥାପନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଉନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡ୍‌ରେ ଓଡ଼ିଶାରେ ଥିବା ଜାତୀୟ ଓ ରାଜ୍ୟ ସ୍ତରୀୟ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ, ଟ୍ୟୁଟୋରିଆଲ, କୋଚିଂ ସେଣ୍ଟର ଇତ୍ୟାଦି ସମ୍ପର୍କରେ ତଥ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe