ପ୍ରତି ବର୍ଷ ଓଡ଼ିଶାରୁ ୩୦ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ପଠାଣୀ ସାମନ୍ତ ପ୍ଲାନେଟରିୟମର ପୁନରୁଦ୍ଧାର ପାଇଁ ଏବେ ବଜେଟ ଆକଳନ ଚାଲିଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

New Project (4) (1)

ଭୁବନେଶ୍ବର: ପଠାଣୀ ସାମନ୍ତ ପ୍ଲାନେଟରିୟମର ପୁନରୁଦ୍ଧାର ପାଇଁ ଏବେ ବଜେଟ ଆକଳନ ଚାଲିଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରାୟ ୧୦-୧୨ଟି ଜିଲ୍ଲାରେ ପ୍ଲାନେଟରିୟମ ଉଦଘାଟନ ଅପେକ୍ଷାରେ। ଜିଲ୍ଲାସ୍ତରୀୟ ପ୍ଲାନେଟରିୟମ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଗଲାଣି ବୋଲି ସେ କହିଛନ୍ତି।

ତାଙ୍କ କହିବା ମୁତାବକ, ସ୍ପେସ ସାଇନ୍ସ ବିକାଶ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ଓ ବିକାଶ ପାଇଁ ଆଉ କ’ଣ ନିଷ୍ପତ୍ତି ନିଆଯିବ ସେ ନେଇ ଆଲୋଚନା ହେଉଛି । ଏ ପ୍ରସଙ୍ଗରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ ।ପଠାଣୀ ସାମନ୍ତ ପ୍ଲାନେଟରିୟମ ପୁନରୁଦ୍ଧାର ପାଇଁ ଏବେ ବଜେଟ ଆକଳନ କରାଯାଉଛି। ଏହା ସହ ଜିଲ୍ଲାସ୍ତରୀୟ ପ୍ଲାନେଟରିୟମ ପାଇଁ ଅନେକ ଜାଗାରେ କାମ ଚାଲିଛି । କିଛି ଜିଲ୍ଲାରେ ପ୍ଲାନେଟରିୟମ ନିର୍ମାଣ କାମ ଶେଷ ହୋଇସାରିଥିବା ବେଳେ ଉଦଘାଟନ ଅପେକ୍ଷାରେ ରହିଛି । ଖୁବଶୀଘ୍ର ସେଗୁଡ଼ିକର ଉଦଘାଟନ କରାଯାଇ କାର୍ଯ୍ୟକ୍ଷମ କରାଯିବ।

ସେ ଆହୁରି କହିଛନ୍ତି ଯେ, ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ପ୍ରୋଜେକ୍ଟ ଆରମ୍ଭ ହେବ। ଓଡ଼ିଶାରେ ଅଧିକରୁ ଅଧିକ ବୈଜ୍ଞାନିକ କିପରି ବାହାରି କାମ କରିବେ ସେଥିପାଇଁ ଆମ ସରକାର ଧ୍ୟାନ ଦେଉଛନ୍ତି। ପ୍ରତି ବର୍ଷ ୩୦ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି। ସେମାନେ ସେଠାରେ ସ୍ପେସ ସେଣ୍ଟର ବୁଲୁଛନ୍ତି ଓ ଜ୍ଞାନ ଆହରଣ କରୁଛନ୍ତି। 
ଆଗକୁ ଭଲ ଭଲ ବୈଜ୍ଞାନିକ ବାହାରିବେ ବୋଲି ମନ୍ତ୍ରୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe