Senior citizen falls victim to digital fraud: Money was deducted from account when Yono changed password Photograph: (sambad.in)
କାମାକ୍ଷାନଗର: ନିଜ ଏସବିଆଇ ୟୋନୋ ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ କରୁଥିବା ବେଳେ ଡିଜିଟାଲ ଠକେଇର ଶିକାର ହୋଇଛନ୍ତି ଜଣେ ବୟସ୍କ ନାଗରିକ। ତାଙ୍କ ଆକାଉଣ୍ଟରୁ ୫ଲକ୍ଷ ୪୯ ହଜାର ୯ ଶହ ୯୫ ଟଙ୍କା କଟିଯାଇଛି। ଏପରି ଘଟଣା କାମାକ୍ଷାନଗର ସହରର ୬ ନମ୍ବର ୱାର୍ଡରେ ଘଟିଛି। କୀର୍ତ୍ତନ ବିଶ୍ୱାଳ ନାମକ ଜଣେ ବୟସ୍କ ନାଗରିକ ନିଜ ମୋବାଇଲରେ ୟୋନୋ ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ କରିବାକୁ ଚାହୁଁଥିଲେ।
ସେ ନିଜ ମୋବାଇଲରେ ଏ ସମ୍ପର୍କରେ ଦେଖୁଥିବା ବେଳେ ତାଙ୍କ ଫୋନକୁ ଏକ ଲିଙ୍କ୍ ଆସିଥିଲା। ପରେ ସେ ସେହି ଲିଙ୍କ୍କୁ ଖୋଲିବା ପରେ ତାହା ୟୋନୋ କଷ୍ଟମର କେୟାର ତରଫରୁ ହୋଇଥିବା ନେଇ ସୂଚନା ମିଳିଥିଲା। ଏଥିରେ ନିଜ ଆଧାରକାର୍ଡ, ବ୍ୟାଙ୍କ ପାସବୁକ ନମ୍ବର ଇତ୍ୟାଦି ପ୍ରଦାନ କଲେ ୟୋନୋ ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ ହୋଇପାରିବା ନେଇ ମେସେଜ ଆସିଥିଲା।
ମେସେଜ ଅନୁସାରେ କ୍ଲିକ୍ କରିବା ପରେ କୀର୍ତ୍ତନଙ୍କ ହ୍ବାଟସଆପରେ ୟୋନୋ ଲୋଗୋ ଥିବା ଏକ ମେସେଜ ଆସିବା ସହ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ ଆସିଥିଲା। ଫୋନ ରିସିଭ କରିବାର କିଛି ସମୟ ପରେ କୀର୍ତ୍ତନଙ୍କ ୟୋନୋ ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ ହୋଇଥିବା ବେଳେ ହଠାତ୍ ତାଙ୍କ ଫୋନ ହ୍ୟାକ୍ ହୋଇ ଯାଇଥିଲା। ଫଳରେ ଫୋନ୍କୁ କୌଣସି କଲ କିମ୍ବା ମେସେଜ ଆସି ପାରି ନଥିଲା।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଛାତ୍ର ବିଜେଡିର ଦାବି
ଏ ବିଷୟରେ ଜାଣିବା ପରେ କୀର୍ତ୍ତନ ନିକଟରେ ଥିବା ଏକ ମୋବାଇଲ ଦୋକାନକୁ ଯାଇ ନିଜର ଫୋନ୍ ମରାମତି କରାଇବା ପରେ ତାଙ୍କ ଆକାଉଣ୍ଟରୁ ତିନିଥରରେ ୫ ଲକ୍ଷ ୪୯ ହଜାର ୯ ଶହ ୯୫ ଟଙ୍କା କଟିଯାଇଥିବା ଜାଣିବାକୁ ପାଇଥିଲେ। ଏହା ଜାଣିବାପରେ ସେ ତୁରନ୍ତ ନିକଟରେ ଥିବା ଏସବିଆଇ ଶାଖାକୁ ଯାଇ ନିଜ ଆକାଉଣ୍ଟର ଷ୍ଟେଟମେଣ୍ଟ ଆଣିବା ସହ ଆକାଉଣ୍ଟକୁ ବନ୍ଦ କରାଇଥିଲେ।
ଆକାଉଣ୍ଟରୁ ଟଙ୍କା କଟିବା ନେଇ ଜାଣିବାପରେ ସେ ଡିଜିଟାଲ ଠକେଇର ଶିକାର ହୋଇଥିବା ଜାଣିପାରି ତୁରନ୍ତ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୁଲିସ ସାଇବର କେସ୍ ରୁଜୁ କରି କରି ଅଧିକ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ:କ୍ଲାସ୍ ରୁମ୍ ଛାଡି ଧାରଣା ଦେଲେ ଛାତ୍ରୀ: ଆମ ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଆଣ
SBI | YONO SBI | Dhenkanal | Cyber Fraud
Follow Us