ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୮୦୦ ବରିଷ୍ଠ ନାଗରିକ ଗଲେ ଶିରିଡ଼ି ଓ ନାସିକ

Advertisment

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ଭୁବନେଶ୍ବର ରେଳଷ୍ଟେସନ୍‌ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ପୂଜା ସହିତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ଭୁବନେଶ୍ବର ରେଳଷ୍ଟେସନ୍‌ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ପୂଜା ସହିତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।

dadax

ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ଭୁବନେଶ୍ବର ରେଳଷ୍ଟେସନ୍‌ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ପୂଜା ସହିତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକମାନେ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥ ଶିରିଡ଼ି ଓ ନାସିକ ଦର୍ଶନ ପାଇଁ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ରେନ୍‌ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ। ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡ଼ି, ନାସିକ, କୋଲକତାର ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡ଼ା ଓ ବାଲେଶ୍ୱର ଷ୍ଟେସନ୍‌ରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ। 

 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 
ବରିଷ୍ଠଙ୍କ ମୁହଁରେ ହସ, ରାଜ୍ୟ ପାଇଁ ହେବ ବଡ଼ ଆଶୀର୍ବାଦ: ମୁଖ୍ୟମନ୍ତ୍ରୀ

ବରିଷ୍ଠ ନାଗରିକ ତୀର୍ଥଯାତ୍ରାକୁ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ରଖିଛି ମନ୍ଦିର ପରମ୍ପରା। ଅତୀତରେ ମନ୍ଦିର ପରମ୍ପରା ସାଂସ୍କୃତିକ ଭାବ ବିନିମୟର କେନ୍ଦ୍ର ଥିଲା। ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ଅର୍ଥନୀତିର ସମନ୍ୱୟ ପୀଠ ଥିଲା ମନ୍ଦିର। ସେଥିପାଇଁ ପ୍ରତ୍ୟେକ ଭାରତୀୟ ତୀର୍ଥସ୍ଥଳୀ ଓ ମନ୍ଦିର ପରିଦର୍ଶନ କରିବା ପାଇଁ ଆଶା ରଖିଥାନ୍ତି। କିନ୍ତୁ କୌଣସି କାରଣବଶତଃ ଏହା ସମ୍ଭବ ହୋଇ ନଥାଏ। ଖୁସିର କଥା ଆପଣମାନଙ୍କ ପାଇଁ ବାବା ଭୋଲେନାଥ ଓ ସିରିଡ଼ି ସାଇଙ୍କ ଦରବାରକୁ ଡୋରି ଲାଗିଛି। ପରିବାରର ମଙ୍ଗଳ କାମନା କରିବା ସହିତ ରାଜ୍ୟର ସମୃଦ୍ଧି ଓ ଉନ୍ନତି ପାଇଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ତୀର୍ଥଯାତ୍ରୀମାନେ ଯେପରି ସୁରୁଖୁରୁରେ, ସୁବିଧାରେ ଭ୍ରମଣ ଓ ଦର୍ଶନ କରିପାରିବେ ସେଥିପାଇଁ ସେମାନଙ୍କ ସହିତ ପୂରା ଯାତ୍ରା ସମୟ ପାଇଁ ସ୍ୱତନ୍ତ୍ର ଅଧିକାରୀ, ଗାଇଡ୍ ଓ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇଛି। ସମସ୍ତ ତୀର୍ଥଯାତ୍ରୀଙ୍କୁ ନିଜ ଗାଁରୁ ରେଳଷ୍ଟେସନ୍‌ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯିବା ଆସିବା ସୁବିଧା କରାଯାଇଛି। ଯାତ୍ରା ସମୟରେ ରହିବା, ଖାଇବା ପିଇବା ସହ ରେଳଷ୍ଟେସନ୍‌ରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ସୁବିଧା ମଧ୍ୟ କରାଯାଇଛି। ଯାତ୍ରା ସମୟରେ ସମସ୍ତେ ସତର୍କ ରହିବା ସହିତ ନିୟୋଜିତ ଅଧିକାରୀ ଓ ଗାଇଡ୍‍ଙ୍କ ତତ୍ତ୍ୱାବଧାନରେ ତୀର୍ଥସ୍ଥଳୀ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନୂଆ ସରକାର ରାଜ୍ୟର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ଉତ୍ତମ ଜୀବନଯାପନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବରିଷ୍ଠ ନାଗରିକମାନେ ସୁସ୍ଥ ରହିଲେ, ସେମାନଙ୍କ ମୁହଁରେ ହସ ଫୁଟିଲେ, ସେଇଟା ହିଁ ହେବ ରାଜ୍ୟ ଓ ମୋ ପାଇଁ ବଡ଼ ଆଶୀର୍ବାଦ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ। ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe