୫ ହଜାର ଲାଞ୍ଚ ନେଉଥିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ଭିଜିଲାନ୍ସ ହାତରେ ଧରାପଡ଼ିଲେ

୫ ହଜାର ଲାଞ୍ଚ ନେଉଥିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ଭିଜିଲାନ୍ସ ହାତରେ ଧରାପଡ଼ିଲେ

ବୈପାରିଗୁଡ଼ା: ଘରବାରି ପଟ୍ଟା କରେଇ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳେଇ।

ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ଜଣେ ହିତାଧିକାରୀ ତିନି ଏକର ଡଙ୍ଗର ଜମି ମଧ୍ୟରୁ ୫୦ ସେଣ୍ଟ ଜାଗାକୁ ଘରବାରି ପଟ୍ଟା କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। କିନ୍ତୁ ପଟ୍ଟା ପ୍ରଦାନ ନିମନ୍ତେ ହିତାଧିକାରୀଙ୍କୁ ଫୋନ୍ ଯୋଗେ ପାଞ୍ଚ ହଜାର ଟଙ୍କା ମାଗିଥିଲେ ସତ୍ୟ ନାରାୟଣ। ଟଙ୍କା ମାଗିବାରୁ ହିତାଧିକାରୀ ତୁରନ୍ତ ଭିଜିଲାନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ।

publive-image

ଆଜି ଅପରାହ୍ନ ଗୋଟାଏ ବେଳେ ହିତାଧିକାରୀ କିରାଣୀଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେବାବେଳେ ସାତ ଜଣିଆ ଭିଜିଲାନ୍ସ ଟିମ୍ ଚଢଉ କରିଥିଲେ ଏବଂ ତାଙ୍କ ପଟାଙ୍ଗିସ୍ଥିତ ବାସଭବନ ଏବଂ କୋରାପୁଟ ଘରେ ଭିଜିଲାନ୍ସଙ୍କ ରେଡ୍ ଚାଲିଛି। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ଭିଜିଲାନ୍ସ ଇନ୍ସପେକ୍ଟର ଅନୁଭା ଦାସ, ଆର୍. ବିଜୟ, ସଞ୍ଜୟ ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe