ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ

Advertisment
ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ଦୁଇ ସହଯୋଗୀଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ମିଳିଛି। ଗଞ୍ଜାମ ଜିଲା ଏଡିଜେ-୩ ଅଦାଲତର ବିଚାରପତି ରାଜ କୁମାର ଦାସ ଏହି ରାୟ ଶୁଣାଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଇଛି ଯେ, ୨୦୧୮ ସେପ୍ଟେମ୍ବର ୪ତାରିଖରେ ତ୍ରିକୋଣୀୟ ପ୍ରେମକୁ ନେଇ ଜଣେ ବୀମା ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କୁ ନିଜ କ୍ଲିନିକ୍ ଭିତରେ ନିଶା ଇଞ୍ଜେକସନ ଦେଇ ବେହୋସ୍ କରିବା ପରେ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଥିଲେ। ବିଷ୍ଣୁଙ୍କୁ ନିଜ ହସ୍ପିଟାଲକୁ ଡାକି ସେଠାରେ ନିଶା ଦେଇ ତାଙ୍କୁ ହତ୍ୟା କରିବା ପରେ କ୍ଲିନିକାଲ ବ୍ଲେଡରେ ବିଷ୍ଣୁଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲେ। ପରେ ଡାକ୍ତର ହୃଷୀକେଶ ତ୍ରିପାଠୀ ନିଜର ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳା ନେଇଯାଇଥିଲେ। ତଦନ୍ତ ବେଳେ ପୁଲିସ ଉକ୍ତ କ୍ଲିନିକର ଆବର୍ଜନା ପକାଯାଇଥିବା ସ୍ଥାନରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡତ ମୃତଦେହ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe