ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳ ବଦଳ: ଦକ୍ଷତା ବିକାଶ ସିଇଓ ହେବେ ଡି.ଭି. ସ୍ୱାମୀ

Advertisment

ବଦଳିଲେ ପୁରୀ ଜିଲ୍ଲାପାଳ, କଟକ ଜିଲ୍ଲାପାଳ ହେବେ ଅରବିନ୍ଦ ଅଗ୍ରଓ୍ଵାଲ

ବଦଳିଲେ ପୁରୀ ଜିଲ୍ଲାପାଳ, କଟକ ଜିଲ୍ଲାପାଳ ହେବେ ଅରବିନ୍ଦ ଅଗ୍ରଓ୍ଵାଲ

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ନିର୍ଦେଶ : ୪ ଜିଲ୍ଲାରେ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ସ୍ତରରେ ଶୁକ୍ରବାର ବଡ଼ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଡି.ଭି. ସ୍ୱାମୀ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷରେ ସିଇଓ ସହିତ କମିସନର ସହିତ ନିର୍ଦ୍ଦେଶକ ପଦରେ ନିଯୁକ୍ତ ହେବେ। ପଞ୍ଚାୟତରାଜ ବିଭାଗର (ସ୍ୱତନ୍ତ୍ର ପ୍ରକଳ୍ପ) ନିର୍ଦ୍ଦେଶକ ଏସ୍‌.ଏନ୍‌. ଗିରିଶ ଓଡ଼ିଶା ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ହେବେ। ମହେନ୍ଦ୍ର କୁମାର ମଲ୍ଲିକ ସମ୍ବଲପୁର ଆରଡିସିର ଦାୟିତ୍ୱ ନେବେ। ଏଥି ସହିତ ତାଙ୍କ ହାତରେ ପାଖରେ କେନ୍ଦ୍ରୀୟ ଆରଡିସିର ଦାୟିତ୍ୱ ରହିବ।

ଓଟିଡିସିରେ ନିର୍ଦ୍ଦେଶକ ଡ. ନୀତିନ ଭାନୁ ଜାଓଲେଙ୍କୁ ଶିଳ୍ପ ବିଭାଗରେ ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟି ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ମତ୍ସ୍ୟ ପାଳନ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ଏଏଚ୍‌ ଆଣ୍ଡ ଭିଏସ୍‌ ବିଭାଗକୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଓଏସ୍‌ଡିଏ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ପର୍ଯ୍ୟଟନ ନିର୍ଦ୍ଦେଶକ ହେବେ।

ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ବଦଳି ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ। ସେହିପରି କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ ଆୟୁକ୍ତ ଭାବେ ବଦଳି ହୋଇଛି। କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଇପିଡି ନିର୍ଦ୍ଦେଶକ ହେବେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବୟନିକା ପରିଚଳାନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। କୃଷି, ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌ ମୁଥୁକୁମାର ଉଦ୍ୟାନ କୃଷିରେ ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ପରିବାର କଲ୍ୟାଣ ବିଭାଗକୁ ବଦଳି ହୋଇଛି। ସେ ଅତିରିକ୍ତ ସଚିବ ପଦରେ ରହିବେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଦେବଗଡ଼ର ଜିଲ୍ଲାପାଳ ହେବେ।

ଗଞ୍ଜାମ ଜିଲ୍ଳାପାଳ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ସ୍ୱତନ୍ତ୍ର ପ୍ରକଳ୍ପରେ ନିର୍ଦ୍ଦେଶକ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଜି. ରଘୁ ପରିବାର କଲ୍ୟାର ବିଭାଗରେ ଡେପୁଟି ସଚିବ ହେବେ। ସେହିଭଳି ଗଞ୍ଜାମ ପିଡିଡିଆରଡିଏ କୁଳଙ୍ଗା ବିଜୟ ଅମୃତ ଜିଲ୍ଲାପାଳ ହେବେ। ମାଲକାନଗିରି ପିଡିଡିଆରଡିଏ ଡ.ଗାଭାଲି ପରାଗ ହରସଦ କଳାହାଣ୍ଡି ଜିଲ୍ଲାପାଳ ହେବେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଉପ-ଜିଲ୍ଲାପାଳ ଅବୋଲି ସୁନୀଲ ନର୍ବାଣେ ଆଇଟିଡିଏରେ ଅତିରିକ୍ତ ଦାୟିତ୍ୱ ନେବେ। ଓଏଏସ ଜ୍ୟୋତି ପ୍ରକାଶ ଦାସଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ସେହିପରି ଭୁବନେଶ୍ୱର ବିଡିଏ ସଚିବ ସୁଶାନ୍ତ କୁମାର ରାଉତଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe