ପରଲୋକରେ ବରିଷ୍ଠ ଯାତ୍ରା କଳାକାର ଯଦୁ ପଣ୍ଡା

Advertisment
ପରଲୋକରେ ବରିଷ୍ଠ ଯାତ୍ରା କଳାକାର ଯଦୁ ପଣ୍ଡା

ସୋର : ଓଡ଼ିଆ ଯାତ୍ରା ଜଗତର ଆଗଧାଡ଼ିର ବରିଷ୍ଠ କଳାକାର ଯଦୁ ପଣ୍ଡାଙ୍କ ବୁଧବାର ଅପରାହ୍ନରେ ସୋର ବ୍ଲକ୍‌ ମହୁମୁହାଣ ଶାସନସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ବାପା କାଶୀନାଥ ପଣ୍ଡା ଏବଂ କୃଷ୍ଣଚନ୍ଦ୍ର ଜେନାଙ୍କ ପରିଚାଳନାରେ ଗଠନ ହୋଇଥିବା ଯାତ୍ରାପାର୍ଟିରେ ସ୍ୱର୍ଗତ ପଣ୍ଡା ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ପରେ ସେ ନାଗେଶ୍ୱରପୁର ଯାତ୍ରାପାର୍ଟିରେ ମୁଖ୍ୟ ନାୟକ ଭୂମିକା ନିର୍ବାହ କରିଥିଲେ। ବିଭିନ୍ନ ଯାତ୍ରାପାର୍ଟିରେ ନାୟକ, ଖଳନାୟକ ଓ କମେଡିଆନ୍‌ ଭାବେ ଅଭିନୟ କରି ଦର୍ଶକଙ୍କ ମନମୋହିଥିଲେ। ‘ଝାନ୍‌ସୀ ରାଣୀ’, ‘ସମ୍ରାଟ ଅଶୋକ’, ‘ବର୍ଗୀ ଉତ୍କଳ’, ‘ରକ୍ତ ଦୀପାଳି’, ‘ସ୍ୱର୍ଣ୍ଣ ମନ୍ଦିର ଇନ୍ଦିରା’, ‘ଛବିରାଣୀ ହତ୍ୟାକାଣ୍ଡ’, ‘ଡିସ୍କୋ ଡ୍ୟାନ୍ସ’, ‘କଚ ଦେବଯାନୀ’, ‘ମା, ମାଟି ମମତା’, ‘ଉର୍ବଶୀ’, ‘ଯେ ପକ୍ଷୀ ଉଡ଼େ ଯେତେଦୂର’ ଆଦି ନାଟକରେ ଅଭିନୟର ଯାଦୁ ଦେଖାଇଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଯଦୁ ପଣ୍ଡା ଯାତ୍ରା ନାୟିକା ମାଧବୀ ପଣ୍ଡାଙ୍କ ସହ ଦ୍ବିତୀୟ ବିବାହ କରିଥିଲେ। ତାରିଣୀ ଗଣନାଟ୍ୟରେ ଦୀର୍ଘ ୪୦ ବର୍ଷ ଧରି କାମ କଲା ପରେ ସେ ଯାତ୍ରାରୁ ଅବସର ନେଇଥିଲେ। ପରେ, ଏକ ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ୬ ବର୍ଷ ହେଲା ଶଯ୍ୟାଶାୟୀ ଥିଲେ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବହୁ ମାନ୍ୟଗଣ୍ୟ ବକ୍ତି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe