ସ୍ବାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା : ଜମି ମୁକୁଳାଇବା ପାଇଁ ସହଯୋଗର ହାତ ବଢ଼ାଇଲେ ‘ସମ୍ବାଦ’ର ଫିଚର ସମ୍ପାଦକ କଥାକାର ଗୌରହରି ଦାସ

Advertisment

ଆର୍ଥିକ ସହାୟତା ପ୍ରଦାନ ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ମୁକୁଳିଲା ଜମି, ସ୍ଥାନୀୟ ଅଧିବାସୀଙ୍କ ପ୍ରଶଂସା

ଆର୍ଥିକ ସହାୟତା ପ୍ରଦାନ ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ମୁକୁଳିଲା ଜମି, ସ୍ଥାନୀୟ ଅଧିବାସୀଙ୍କ ପ୍ରଶଂସା

ସ୍ବାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା : ଜମି ମୁକୁଳାଇବା ପାଇଁ ସହଯୋଗର ହାତ ବଢ଼ାଇଲେ ‘ସମ୍ବାଦ’ର ଫିଚର ସମ୍ପାଦକ କଥାକାର ଗୌରହରି ଦାସ

ବାରିପଦା: ହସ୍ପିଟାଲରେ ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଲାନି ଗାଡି। ଫଳରେ ଜମି ବନ୍ଧକ ରଖି ଏକ ଟ୍ରଲିରେ ସ୍ବାମୀଙ୍କ ଶବକୁ ଘରକୁ ଆଣିବା ଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ସାରମୂଳା ପଞ୍ଚାୟତ ଗୋବରା ଗ୍ରାମରେ। ନିଜ ସ୍ବାମୀଙ୍କ ଶବକୁ ଘରକୁ ଆଣିବା ନିମନ୍ତେ ଜମି ବନ୍ଧକ ରଖିଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ‘ସମ୍ବାଦ’ର ଫିଚର ସଂପାଦକ ତଥା ବିଶିଷ୍ଟ କଥାକାର ଡ.ଗୌରହରି ଦାସ ବେଶ୍ ସମ୍ବେଦନଶୀଳ ହୋଇପଡ଼ିବା ସହିତ ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ମୃତ ଦୁଃଖା ମାର୍ଣ୍ଡିଙ୍କ ପତ୍ନୀ ଶୁକ ମାର୍ଣ୍ଡିଙ୍କୁ ତାଙ୍କ ଜମି ମୁକୁଳାଇବା ଏବଂ ଅନ୍ତ୍ୟୋଷ୍ଟିକ୍ରିୟା ସମ୍ପାଦନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଆଜିର ଯୁଗରେ ମାଳ ମାଳ ସରକାରୀ ଯୋଜନା ହୋଇଥିଲେ ମଧ୍ୟ ଏପରି ଘଟଣା ମାନବ ସମାଜ ପାଇଁ ବେଶ୍ ଦୁଃଖଦାୟକ । ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଗଣମାଧ୍ୟମ ଜଗତରେ ନୂତନତ୍ବ ଆଣିବାରେ ସର୍ବଦା ଆଗୁଆ ହେବା ସହିତ ଜଣେ ଦରଦୀ ମଣିଷ ଭାବେ ବେଶ୍ ଜଣାଶୁଣା। ତେଣୁ ‘ସମ୍ବାଦ’ର ଏକ ଅଂଶଭାବେ ମୃତକଙ୍କ ପତ୍ନୀଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବା ଏକ ମାନବୀୟ ମୂଲ୍ୟବୋଧର ଅଂଶବିଶେଷ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ଏ ନେଇ ଆଜି ‘ସମ୍ବାଦ’ର ମୟୂରଭଞ୍ଜ ଜିଲ୍ଲାପ୍ରତିନିଧି ରାଜ କିଶୋର ଦାଶଙ୍କ ତତ୍ତ୍ବାବଧନାରେ ରାସଗୋବିନ୍ଦପୁରର ‘ସମ୍ବାଦ’ ପ୍ରତିନିଧି ପ୍ରଦୀପ କୁମାର ଦାସ ମୃତକଙ୍କ ଘରେ ପହଞ୍ଚି ମୃତକଙ୍କ ପତ୍ନୀ ଶୁକ ମାର୍ଣ୍ଡିଙ୍କୁ ଶ୍ରୀ ଦାସ ପ୍ରଦାନ କରିଥିବା ଅର୍ଥ ହସ୍ତାନ୍ତର କରିଥିଲେ। ଏହାସହିତ ଗ୍ରାମବାସୀଙ୍କ ଉପସ୍ଥିତିରେ ବନ୍ଧକ ଥିବା ଜମିକୁ ମୁକୁଳାଇବା ନିମନ୍ତେ ସମସ୍ତ ପ୍ରକ୍ରିୟା ସମ୍ପାଦନ ହୋଇଥିଲା। ଗ୍ରାମବାସୀମାନେ ‘ସମ୍ବାଦ’ର ଏପରି ପ୍ରୟାସ ଏବଂ ଶ୍ରୀ ଦାସଙ୍କର ଏପରି ସହୃଦୟତାକୁ ଭୂୟସୀ ପ୍ରଶଂସା କରିଥିଲେ।

publive-image

ଏହି ଅବସରରେ ରାଧାକୃଷ୍ଣ ବେହେରା, ଅନିଲ ବେହେରା, ସମି ରାଉଳ, ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି, ମଦନ ମାର୍ଣ୍ଡି, ଅଜୁ ବେହେରା ପ୍ରମୁଖ ଗ୍ରାମବାସୀଙ୍କ ସମେତ ମୃତ ଦୁଃଖାଙ୍କ ବଡ଼ଭାଇ ଗଜେନ୍ଦ୍ର ମାର୍ଣ୍ଡି ଏବଂ ସାମ୍ବାଦିକ ଉତ୍କଳ କେଶରୀ ପାଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୁଃଖାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଶୁକଙ୍କ ସମେତ ତାଙ୍କର ଦୁଇ ନାବାଳକ ପୁଅ ଏକପ୍ରକାର ଅସହାୟ ହୋଇପଡ଼ିଛନ୍ତି।

ଗତ ୧୫ ତାରିଖରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ଦୁଃଖା ଅପରାହ୍ନ ପ୍ରାୟ ୫ଟାରେ ମୃତ୍ୟୁବରଣ କରିଥିଲେ। ବାରମ୍ବାର ଅନୁରୋଧ କଲେ ମଧ୍ୟ ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟହୋଇ ସକାଳେ ଏକ ଟ୍ରଲି ଭଡ଼ା କରି ମୃତଦେହକୁ ଘରକୁ ଆଣିଥିଲେ। ମାତ୍ର ପାଖରେ ଅର୍ଥ ନ ଥିବାରୁ ଟ୍ରଲି ଭଡ଼ା ଦେବା ନିମନ୍ତେ ଶୁକ ନିଜ ଜମି ବନ୍ଧକ ରଖିଥିବା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe