ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢ଼ୀଙ୍କ ପରଲୋକ

Advertisment
ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢ଼ୀଙ୍କ ପରଲୋକ

ରାୟଗଡା: ବରିଷ୍ଠ ସାମ୍ୱାଦିକ ତଥା ସମାଜସେବୀ ନୃସିଂହନାଥ ପାଢୀଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ସାମ୍ୱାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସେ କିଛି ମାସ ହେଲା ବୟସାଧିକ ରୋଗରେ ପୀଡ଼ିତ ଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଶେଷ ସମୟରେ ୩ ପୁଅ ଲକ୍ଷ୍ମୀ ନାରାୟଣ, ସୂର୍ଯ୍ୟ ନାରାୟଣ ଓ ସତ୍ୟ ନାରାୟଣଙ୍କ ସହ ୨ ଝିଅ (ପ୍ରତିମା ଓ ମୀନାକ୍ଷୀ), ବୋହୁ, ଜ୍ବାଇଁ, ନାତି-ନାତୁଣୀ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ।

ଆଜି ଭୋର ସକାଳ ୫ଟାରେ ତାଙ୍କ ମରଶରୀରକୁ ନିଜ ଘର ରାୟଗଡ଼ା ବ୍ରାହ୍ନଣସାହିକୁ ଆଣିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ରାଜ୍ୟ ସରକାରଙ୍କ କୃଷୀ ବିଭାଗରେ ମୁଖ୍ୟ କିରାଣୀ ରୁପେ କାର୍ଯ୍ୟକରି ୫୮ ବର୍ଷ ବୟସ ଅବସର ଗ୍ରହଣ କରିବା ପରେ ସ୍ୱର୍ଗତଃ ପାଢୀ ସାମ୍ୱାଦିକ ବୃତ୍ତିକୁ ଆପଣେଇ ଥିଲେ। ପଞ୍ଚାଅଶୀ ବର୍ଷ ବୟସ ପର୍ଯ୍ୟନ୍ତ ଦୀର୍ଘ ୩୦ ବର୍ଷ କାଳ ତାଙ୍କ ଲେଖନୀ ଚାଳନା କରି ଅନ୍ୟ ଯୁବ ସାମ୍ୱାଦିକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ସେ ବିଭିନ୍ନ ସଂଗଠନ ସହିତ ଯୋଡ଼ିତ ରହି ଜିଲ୍ଲା ଅମଲା ସଂଘ, ବରିଷ୍ଠ ନାଗରିକ ସଂଘ ଓ ପ୍ରେସ କ୍ଲବ ଇତ୍ୟାଦିର ସଭାପତି ରୁପେ ସଫଳତାର ଦାୟିତ୍ୱ ତୁଲାଇ ଆସିଥିଲେ। ସ୍ୱର୍ଗତଃ ପାଢୀ ଜଣେ ସମାଜସେବୀ, ମିଷ୍ଟଭାଷୀ ଓ ପରଉପକାରୀ ଭାବେ ରାୟଗଡ଼ା ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ।

ନୃସିଂହନାଥ ପାଢ଼ୀଙ୍କ ବିୟୋଗରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଂଗ, ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲାପାଳ ସ୍ୱଧାଦେବ ସିଂହ, ଏସପି ବିବେକାନନ୍ଦ ଶର୍ମା, ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଟ୍ରକ ୟୁନିୟନ ସଭାପତି କଣ୍ଡାବାବୁ ପ୍ରେସ କ୍ଲବର ସଭାପତି ରଂଜନ କୁମାର ରଥ, ସାଧାରଣ ସମ୍ପାଦକ ଯୋଗେଶ୍ୱର ଦାସ, ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ବାଦଲ କୁମାର ତା, ବରିଷ୍ଠ ସାମ୍ୱାଦିକ ତ୍ରିନାଥ ଖାଡଂଗା, ଜିଲ୍ଲା ସମ୍ୱାଦ ପ୍ରତିନିଧି ପ୍ରେମେନ୍ଦ୍ର କୁମାର ପରିଚ୍ଛା, ରାୟଗଡା ପ୍ରେସ ୟୁନିୟନର ଉପଦେଷ୍ଠା ସଭାପତି ମାଉଡ଼ି ବାରିକ, ଉପଦେଷ୍ଠା ଶିବାଜୀ ଦାଶ, ଗୁଣପୁର ପ୍ରେସ ୟୁନିୟର ସଭାପତି ପ୍ରମୋଦ ସାହୁ, ସମ୍ପାଦକ ରାଜେଶ କୁମାର ପଣ୍ଡା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ବିନୋଦ ପଣ୍ଡା, ସତ୍ୟବାଦୀ ପତି, ଡ଼. ନିରଂଜନ ବକ୍ସିପାତ୍ର, ଡ଼.ଦୁଷ୍ମନ୍ତ କୁମାର ମହାନ୍ତି, ସବ୍ୟସାଚୀ ସାହୁ , ଏସ୍‌ୟୁଜେର ଜିଲ୍ଲା ସଭାପତି ଶିବ ନାରାୟଣ ଗୌଡ଼, ଅକ୍ଷୟ କୁମାର ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe