ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାର୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ଶ୍ରୀ ମିଶ୍ର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ସେ ଅମ୍ରିତ ବଜାର ପତ୍ରିକା, ପାଟ୍ରିଅଟ୍, ଲିଙ୍କ୍, ନେସ୍ନାଲ୍ ହେରାଲ୍ଡ, କଳିଙ୍ଗ ଭଳି ବିଭିନ୍ନ ଦୈନିକ ଖବରକାଗଜରେ ସାମ୍ବାଦିକତା କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ଏଥିସହ ସୃଜନଶୀଳ ଲେଖା ଓ କବିତା କ୍ଷେତ୍ରରେ ଲେଖନୀ ଚାଳନା କରିଥିଲେ। ଭାରତର ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ଜରୁରୀ କାଳୀନ ପରିସ୍ଥିତି ବେଳେ ଗଣମାଧ୍ୟମର ଅଧିକାର ବାବଦରେ ସେ ସ୍ବର ଉତ୍ତୋଳନ କରି ଏକ ବଡ଼ ଭୂମିକା ନିଭାଇଥିଲେ। ଗତ ବର୍ଷ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା। ମରଶରୀର ନିକଟରେ ତାଙ୍କର ଦୁଇ ପୁଅ, ଝିଅ ଓ ଅନ୍ୟ ଆତ୍ମୀୟସ୍ବଜନମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବାର ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କ ଦେହାନ୍ତ
Advertisment
Follow Us