ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ରାମଚନ୍ଦ୍ର ମିଶ୍ରଙ୍କ କରୋନାରେ ମୃତ୍ୟୁ

Advertisment
ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ରାମଚନ୍ଦ୍ର ମିଶ୍ରଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ତଥ୍ୟ ୱେବ୍ ପୋର୍ଟଲର ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରାମଚନ୍ଦ୍ର ମିଶ୍ରଙ୍କର ଆଜି କରୋନାରେ ମୃତ୍ୟୁ ଘଟିଛି। ଦିଲ୍ଲୀରେ ତଥ୍ୟ ର ବ୍ୟୁରୋ ଚିଫ୍ ରୂପେ ଗତ ୧୫ ବର୍ଷରୁ ରାମଚନ୍ଦ୍ର ମିଶ୍ର କାର୍ଯ୍ୟ କରିଆସୁଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମଧ୍ୟ ସେ ବିଶ୍ୱସ୍ତ ସହଯୋଗୀ ରହିଥିଲେ।

ଗତ ମାସ ୨୨ରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କରୋନା ସଂକ୍ରମଣରୁ ବିଗିଡ଼ିବାରୁ ତଥା ଦିଲ୍ଲୀରେ ହସ୍‌ପିଟାଲ ଶର୍ଯ୍ୟା ଉପଲବ୍ଧ ନହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଆମ୍‌ରି ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ତାଙ୍କର ପତ୍ନୀ ଅନୁପମା ମିଶ୍ର, ଦୁଇ ପୁତ୍ର ଆଶୁତୋଷ ଓ ଅଭିଷେକଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଭଦ୍ରକ ଜିଲ୍ଲା ଦୁସୁରି ଥାନା ଗୁରୁ ନଗରରେ ଜନ୍ମିତ ରାମଚନ୍ଦ୍ରଙ୍କ ମୃତ୍ୟୁ ବେଳକୁ ୫୦ ବର୍ଷ ହୋଇଥିଲେ। ରାମଚନ୍ଦ୍ରଙ୍କ ମୃତ୍ୟୁରେ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ମହଲରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe