Swarajya
କଟକ : ପଶ୍ଚିମବଙ୍ଗର ବରିଷ୍ଠ ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟଙ୍କ ଆଗୁଆ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ସାରଦା ଚିଟଫଣ୍ଡ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏ ସଂପର୍କିତ ଆଗୁଆ ଜାମିନ ମାମଲାର ଶୁଣାଣି କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅଗଷ୍ଟ ୧୪ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆଇ କୋର ଚିଟଫଣ୍ଡ ମାମଲାରେ ସଂପୃକ୍ତି ଅଭିଯୋଗରେ ବଙ୍ଗଳା ଦୈନିକ ସମ୍ବାଦପତ୍ର ‘ଇ ସମୟ’ ସଂପାଦକ ତଥା ଦିଶା ପ୍ରଡକସନ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଚଟ୍ଟୋପାଧ୍ୟାୟଙ୍କୁ ୨୦୧୮, ଡିସେମ୍ବର ୨୦ରେ ସିବିଆଇ ଗିରଫ କରିଥିଲା। ତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ସାରଦା ଗ୍ରୁପ ସହିତ ମଧ୍ୟ ତାଙ୍କର କାରବାର ନେଇ ତଦନ୍ତ ଚାଲିଛି।
Follow Us