ପାରଳାଖେମୁଣ୍ଡିରେ ବରିଷ୍ଠ ଓକିଲଙ୍କୁ ଏସିଡ୍‌ ମାଡ଼

Advertisment

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜଙ୍ଗମସାହିରେ ଜଣାଶୁଣା ଓକିଲ ପି. ରାମାରାଓଙ୍କ ଉପରକୁ ଏସିଡ୍‌ ମାଡ଼ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବରିଷ୍ଠ ଆଇନଜୀବୀ ରାମାରାଓଙ୍କୁ ଦୁଇ ହେଲ୍‌ମେଟ୍‌

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜଙ୍ଗମସାହିରେ ଜଣାଶୁଣା ଓକିଲ ପି. ରାମାରାଓଙ୍କ ଉପରକୁ ଏସିଡ୍‌ ମାଡ଼ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବରିଷ୍ଠ ଆଇନଜୀବୀ ରାମାରାଓଙ୍କୁ ଦୁଇ ହେଲ୍‌ମେଟ୍‌

hkhfhfkhkfhkf

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜଙ୍ଗମସାହିରେ ଜଣାଶୁଣା ଓକିଲ ପି. ରାମାରାଓଙ୍କ ଉପରକୁ ଏସିଡ୍‌ ମାଡ଼ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବରିଷ୍ଠ ଆଇନଜୀବୀ ରାମାରାଓଙ୍କୁ ଦୁଇ ହେଲ୍‌ମେଟ୍‌ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ଏସିଡ୍‌ ମାଡ଼ କରିଥିଲେ। ତାଙ୍କ ମୁହଁ, ଛାତି ଓ ହାତରେ ଗୁରୁତର କ୍ଷତ ହୋଇଛି। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସମ୍ଭବତଃ କୌଣସି ମାମଲାକୁ ନେଇ ଆଇନଜୀବୀଙ୍କ ଉପରେ ଆକ୍ରୋଶ ରଖି ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ପ୍ରକ୍ରିୟା ସରିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସୂଚନା ଅନୁସାରେ, ରାମାରାଓ ଘରେ ଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ୫ଟା ମଧ୍ୟରେ ବାଇକ୍‌ରେ ଆସିଥିବା ଦୁଇ ଜଣ ହେଲମେଟ୍‌ ପିନ୍ଧା ଦୁର୍ବୃତ୍ତ ଘର ଆଗରେ ପହଞ୍ଚିଥିଲେ। ଜଣେ ବାଇକ୍‌ରେ ବସିଥିବା ବେଳେ ଅନ୍ୟ ଜଣେ ଘର ନିକଟକୁ ଆସି ବାରମ୍ବାର କଲିଂ ବେଲ୍‌ ଟିପିଥିଲେ। ରାମାରାଓ କବାଟ ଖୋଲିବା କ୍ଷଣି ଅଭିଯୁକ୍ତ ହାତରେ ଧରିଥିବା ଏକ କଣ୍ଟେନର୍‌ରୁ ତାଙ୍କ ଉପରକୁ ଏସିଡ଼୍‌ ଫିଙ୍ଗି ତୁରନ୍ତ ବାଇକ୍‌ ପାଖକୁ ଦୌଡ଼ି ପଳାଇଥିଲା। ଉଭୟେ ବାଇକ୍‌ରେ ବସି ଦ୍ରୁତଗତିରେ ଚାଲି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ଓକିଲଙ୍କ ଉପରକୁ ଏସିଡ୍‌ ଆକ୍ରମଣ କରିଛି, ସେ ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ। ଘଟଣା ସ୍ଥଳରେ ଗଜପତି ଏସ୍‌ପି ଜ୍ୟୋତିନ୍ଦ୍ରନାଥ ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ କାବୁ କରିବାକୁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ଚାଲିଛି। ଏହାସହ ପାରଳା ଥାନାଧିକାରୀଙ୍କ ନେତୃତ୍ବରେ ପୁଲିସ ଏକ ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe