ଆଖି ବୁଜିଲେ ବରିଷ୍ଠ ଆଇନଜୀବୀ ରାଖାଲ ଚନ୍ଦ୍ର ଦାସ

Advertisment

ଲୁହରେ ଭିଜିଲା ବାଉଦପୁର ସାଳନ୍ଦୀ ଶ୍ମଶାନଘାଟ

ଲୁହରେ ଭିଜିଲା ବାଉଦପୁର ସାଳନ୍ଦୀ ଶ୍ମଶାନଘାଟ

ଆଖି ବୁଜିଲେ ବରିଷ୍ଠ ଆଇନଜୀବୀ ରାଖାଲ ଚନ୍ଦ୍ର ଦାସ

ଭଦ୍ରକ : ଭଦ୍ରକର ବରିଷ୍ଠ ଆଇନଜୀବୀ ରାଖାଲ ଚନ୍ଦ୍ର ଦାସଙ୍କର ଶନିବାର ରାତି ତିନିଟା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଭଦ୍ରକରେ ଶୋକର ଛାୟା ଖୋଳିଯାଇଛି। ଭଦ୍ରକ ସବୁକ୍ଷେତ୍ରରେ ଜଣେ ମୁରବୀଙ୍କୁ ହରାଇଛି ବୋଲି ମତ ପ୍ରକାଶ ପାଇଛି।

ତାଙ୍କ ମରଶରୀରକୁ ଆଜି ସକାଳ ସାଢେ ସାତଟା ବେଳେ କଟକରୁ ଭଦ୍ରକର ତାଙ୍କର ନରିପୁରସ୍ଥିତ ବାସଭବନକୁ ଅଣାଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ଭଦ୍ରକ ଓକିଲ ସଂଘର ଶତାଧିକ ଓକିଲ, ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ରାଜନେତା ଉପସ୍ଥିତ ରହି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ବାଉଦପୁରସ୍ଥିତ ସାଳନ୍ଦୀ ନଦୀ ଶଶ୍ମାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ରାଖାଲ ବାବୁ ଭଦ୍ରକ ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ ରେଭେନସା ମହାବିଦ୍ୟାଳୟରୁ ସ୍ନାତକ ଓ ପେବରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ପଢା ଶେଷ କରିବା କରିବା ପରେ ଭଦ୍ରକ ବାର୍‌ରେ ଓକିଲାତି ଆରମ୍ଭ କରିଥିଲେ। ତାଙ୍କର ଦୀର୍ଘ ୬୫ ବର୍ଷର ଓକିଲାତି ଜୀବନର ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ସ୍ବର୍ଗତ ଦାସ ଜଣେ ଦକ୍ଷ ଆଇନଜୀବୀ ଭାବେ ବେଶ୍ ପରିଚିତ ଥିଲେ। ଜଣେ ଅମାୟିକ, ନୀତିନିଷ୍ଠ ଓ କର୍ତ୍ତବ୍ୟପରାୟଣ ଆଇନଜୀବୀ ଭାବେ ପରିଚିତ ରାଖାଲ ବାବୁ ଅନେକ ଅସହାୟ ଲୋକଙ୍କୁ ବିନା ପ୍ରାପ୍ୟରେ ମଧ୍ୟ ଆଇନ ସେବା ଦେଉଥିଲେ। ରାଖାଲ ବାବୁ କେବଳ ଜଣେ ସ୍ଥିତପ୍ରଜ୍ଞ ଆଇନଜୀବୀ ଭାବେ ପରିଚିତ ନଥିଲେ, ସେ ଜଣେ ଆଦର୍ଶ ମଣିଷ ଥିଲେ। ଜଣେ ଧର୍ମପ୍ରାଣ ଓ ସେବା ପରାୟଣ ବ୍ୟକ୍ତି ଭାବେ ସମସ୍ତଙ୍କୁ ସବୁ କ୍ଷେତ୍ର‌େ‌ର ସହଯୋଗ କରୁଥିଲେ। ଅନେକ ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା। ଭଦ୍ରକ ରୋଟାରୀ କ୍ଲବର ସେ ପ୍ରତିଷ୍ଠାତା ଥିବା ବେଳେ କ୍ଲବର ପୂର୍ବତନ ସଭାପତି ଥିଲେ। ତାଙ୍କର ନିଜସ୍ବ ଉଦ୍ୟମରେ ଭଦ୍ରକର ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠା କରାଯାଇଛି। ସାରଦା ବିହାର ଟ୍ରଷ୍ଟ ଓ ଭଦ୍ରକ ସାହିତ୍ୟ ପରିଷଦ ଓ ରାମକୃଷ୍ଣ କଥାମୃତ ପତ୍ରିକାର ସେ ଥିଲେ ପ୍ରତିଷ୍ଠାତା। କେବଳ ସେତିକି ନୁହେଁ, ରାଖାଲ ବାବୁଙ୍କ ବଗିଚା ଥିଲା ସାହିତ୍ୟ ସଂସ୍କୃତିର ସଭା ଓ ସମ୍ମିଳନୀ ପାଇଁ ଏକ ପ୍ରାଣକେନ୍ଦ୍ର। ଆଜି ସେ ସୁନ୍ଦର ବଗିଚା ଓ ଆଉ ତାଙ୍କ ବଗିଚାର ଘାସ ଗାଲିଚାକୁ ପର କରି ସେ ଚିର ନିଦ୍ରାରେ ଶୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe