ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ପରଲୋକ

Advertisment
ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ପରଲୋକ

ଭଦ୍ରକ : ବରିଷ୍ଠ ଆଇନଜୀବୀ, ଶ୍ରୀରାମନବମୀ ମହାଯଜ୍ଞ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର(୬୮)ଙ୍କର ଗତକାଲି ବିଳମ୍ବିତ ରାତିରେ ଭଦ୍ରକସ୍ଥିତ ବାସଭବନରେ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି।

ଶ୍ରୀ ମହାପାତ୍ର ଦୀର୍ଘଦିନ ଧରି ଶ୍ରୀରାମ ନବମୀ ମହାଯଜ୍ଞ ସମିତିର ସଭାପତି ରହି ଆସିଥିଲେ। ତାଙ୍କ ଉପଦେଶ କ୍ରମେ ପ୍ରତିବର୍ଷ ଶ୍ରୀରାମ ନବମୀ ମହାଯଜ୍ଞ ପାଳନ କରାଯାଏ। ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବକୁ କେବଳ ଜିଲ୍ଲା ଭିତରେ ନୁହେଁ, ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ  କରାଇବାରେ ତାଙ୍କର ବେଶ୍ ଭୂମିକା ରହିଥିଲା।  ସେ ଭଦ୍ରକର ଉଭୟ  ହିନ୍ଦୁ ଓ ମୁସଲିମ  ସମ୍ପ୍ରଦାୟ  ମଧ୍ୟରେ ଭାଇଚାରା ରଖିବାରେ ସବୁବେଳେ ସହଯୋଗ କରି ଆସୁଥିଲେ। ଭଦ୍ରକର ସର୍ବପୁରାତନ ମନମୋହନ ସଙ୍ଗୀତ ପରିଷଦର ସଭାପତି  ରହିଥିବା ବେଳେ  ପୂର୍ବରୁ ମଧ୍ୟ ଜିଲ୍ଲା ବିଜେପିର ସଭାପତି ଦାୟିତ୍ବ ତୁଲାଇଥିଲେ। ବିଜେପିକୁ ଭଦ୍ରକରେ ସଂଗଠିତ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଜଣେ ସଫଳ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ମଧ୍ୟ ଭଦ୍ରକର ରାନ୍ଦିଆସ୍ଥିତ ମାଧବ ସିନେମା ହଲ୍‌ ସ୍ଥାପନ କରିଥିଲେ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଭଦ୍ରକ ବାର୍‌ ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ନିରାକାର ଜେନା, ସମ୍ପାଦକ ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ  ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି  ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ,  ଧାମନଗର  ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବଙ୍କ ସମେତ  ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଭଦ୍ରକସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଙ୍କର ମର  ଶରୀରକୁ ଏକ ଶୋଭାଯାତ୍ରାରେ ଭଦ୍ରକ ସହର ପରିକ୍ରମା କରିବା ପରେ ଭଦ୍ରକ ପୁରୁଣା କୋର୍ଟ  ପରିସର, ଭଦ୍ରକର ଗାନ୍ଧୀ ପଡିଆସ୍ଥିତ ଶ୍ରୀରାମ ମହାଯଜ୍ଞ ସମିତି ମଣ୍ଡପକୁ ନିଆଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରାରେ ତାଙ୍କର ନିଜ ଗ୍ରାମ କୋରଣ୍ଟ  ନିଆଯାଇଥିଲା। ଅପରାହ୍ନରେ ରାନ୍ଦିଆସ୍ଥିତ ମାଧବ ସିନେମା ହଲ୍‌ ନିକଟରେ  ଅନ୍ତିମ ସଂସ୍କାର କରାଯାଇଥିଲ। ପୁଅ ସ୍ୱରୂପାନନ୍ଦ ରାୟ ମହାପାତ୍ର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe