ବରିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

Advertisment
ତିନି ବରିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର : ସାଧାରଣ ପ୍ରଶାସନ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍‌(ସୁପର ଟାଇମ୍‌ ସ୍କେଲ୍‌) ଅବନୀକାନ୍ତ ପଟ୍ଟନାୟକଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ସେ ଓଏଏସ୍‌ ସୁପର ଟାଇମ୍‌ ସ୍କେଲ୍‌ରୁ ସୁପରିୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ଉନ୍ନୀତ ହୋଇଛନ୍ତିି। ଏହି ପଦୋନ୍ନତି ଏକବର୍ଷ ପର୍ଯ୍ୟନ୍ତ କିମ୍ବା ଓପିଏସ୍‌ସିର ସୁପାରିସ ମିଳିବା ଯାଏଁ କିମ୍ବା ତାଙ୍କର ଅବସର ଗ୍ରହଣ ପର୍ଯ୍ୟନ୍ତ ଯାହା ଶୀଘ୍ର ତାହା ହିଁ କାର୍ଯ୍ୟକାରୀ ହେବ। ତେବେ ଶ୍ରୀ ପଟ୍ଟନାୟକ ଅନ୍ୟାଦେଶ ପର୍ଯ୍ୟନ୍ତ ନିଜ ପଦବିରେ କାର୍ଯ୍ୟ କରିବାକୁ କୁହାଯାଇଛି। ଏ ନେଇ ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe