ଭୁବନେଶ୍ବର: ସାମ୍ବାଦିକ ରବି କାନୁନଗୋ (ରବି ଭାଇ)ଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ।
ଆହୁରି ପଢ଼ନ୍ତୁ: Bull: ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢ
ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରବି କାନୁନଗୋ ବୁଧବାର ରାତି ୧ଟା ୧୫ମିନିଟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେ ଥିଲେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଓଡିଆ ଭାଷା-ସାହିତ୍ୟର ସୁରକ୍ଷା ସମୃଦ୍ଧିରେ ସେ ଥିଲେ ଅଗ୍ରଦୂତ। ସୂର୍ଯ୍ୟପ୍ରଭା ଖବରକାଗଜର ସମ୍ପାଦକ ଭାବେ ଦକ୍ଷତାର ସହିତ କାର୍ଯ୍ଯ କରି ନିଜର ନିର୍ଭିକ, ସ୍ପଷ୍ଟବାଦୀ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାର ପରିଚୟ ଦେଇଥିଲେ। ଜଣେ ଆଗଧାଡ଼ିର ସାହିତ୍ୟିକ ଓ ସାମ୍ବାଦିକ ଭାବରେ ଓଡ଼ିଶାର ଜନ ମାନସରେ ସେ ବେଶ୍ ଆଦୃତ ଓ ସୁପରିଚିତ। ଜଣେ ଭଲ ମଣିଷ ଭାବରେ ଆମ ପରିବାରେ ସେ ଥିଲେ ମୁରବୀ। ସମସ୍ତଙ୍କୁ ସେ ବହୁତ ଭଲ ପାଉଥିଲେ।
ଆହୁରି ପଢ଼ନ୍ତୁ: Mohan Charan Majhi: କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/22/untitled-2026-01-22-17-09-28.jpeg)