ଭୁବନେଶ୍ବର: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଜଳର ଅନ୍ୟ ନାମ ଜୀବନ। ଜଳ ବିନା କୃଷି କାର୍ଯ୍ୟ ସହିତ ଅନ୍ୟ କୌଣସି କାମ କରିହେବ ନାହିଁ। ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ‘ପାଣିପଞ୍ଚାୟତ ପକ୍ଷ-୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ପାଣିପଞ୍ଚାୟତ ପକ୍ଷ ରାଜ୍ୟସ୍ତରୀୟ ଉଦ୍ଯାପନୀ ସମାରୋହ-୨୦୨୬ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଣି ବିନା କୃଷି କାର୍ଯ୍ୟ ଅସମ୍ଭବ। ତେଣୁ କୃଷି କାର୍ଯ୍ୟକୁ ପାଣି ଯୋଗାଇ ଦେବାର କୃଷି ବିଭାଗର ସବୁଠାରୁ ବଡ଼ କାମ। କୃଷି ଓ କୃଷକକୁ ସଶକ୍ତୀକରଣ କରିବାକୁ ହେଲେ ପାଣିକୁ ଗୁରୁତ୍ବ ଦେବାକୁ ପଡ଼ିବ। ରାଜ୍ୟର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନର ଆବଶ୍ୟକତା ରହିଛି। ଯେଉଁ ଦେଶରେ ସେହି ଦେଶରେ କୃଷି ଉତ୍ପାଦନ ବୃଦ୍ଧି ଅଧିକ ହୋଇପାରିଛି। ରାଜ୍ୟ ସରକାର ଜଳସେଚନ ପ୍ରଣାଳୀରେ ପାଣିପଞ୍ଚାୟତକୁ ସାମିଲ କରିଛନ୍ତି। ଚାଷଜମିକୁ ସାଂଗଠନିକ ଭାବେ ପାଣି ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। କେନାଲର ତଳମୁଣ୍ଡରେ ପାଣି ପହଞ୍ଚାଇବା ଅସୁବିଧା କାରଣରୁ ବେଳେ ବେଳେ ଚାଷୀମାନଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ସଂଗଠିତ ବ୍ୟବସ୍ଥା ମାଧ୍ୟମରେ ସବୁ ଚାଷୀଙ୍କୁ ପାଣି ଯୋଗାଇବାର ଆବଶ୍ୟକତା ରହିଛି।
ଆହୁରି ପଢ଼ନ୍ତୁ: 40 crore jobs: ୪୦ କୋଟି ଚାକିରି ପାଇଁ ୧୨୦ କୋଟି ଲୋକ ପ୍ରତିଯୋଗିତା କରିବେ
କଟକରେ ଓଡ଼ିଶାର ପ୍ରଥମ ପାଣିପଞ୍ଚାୟତ
ମହାରାଷ୍ଟ୍ରର ପୁଣେରେ ଦେଶର ସର୍ବପ୍ରଥମେ ପାଣିପଞ୍ଚାୟତ ଆରମ୍ଭ ହୋଇଥିଲା। ୨୦୦୦ ମସିହାରେ କଟକ ଜିଲ୍ଲାର ଉଷୁମା ଗ୍ରାମରେ ପାଣି ପଞ୍ଚାୟତ ଗଠନ ହୋଇଥିଲା। ଏହା ଗଠନ ହେବା ଦ୍ବାରା ସେହି ଗ୍ରାମରେ ପାଣି ବଣ୍ଟନ ବ୍ୟବସ୍ଥା ଠିକ୍ ହୋଇପାରିଛି। ଉଷୁମା ସହିତ ୯ଟି ଗ୍ରାମର ୪୨୦ ହେକ୍ଟର ଚାଷଜମିକୁ କିଭଳି ପାଣି ବଣ୍ଟାଯାଇ ପାରିବ ସେଥିରେ ସମାଧାନ ହୋଇପାରିଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି।
ଆହୁରି ପଢ଼ନ୍ତୁ: 40 crore jobs: ୪୦ କୋଟି ଚାକିରି ପାଇଁ ୧୨୦ କୋଟି ଲୋକ ପ୍ରତିଯୋଗିତା କରିବେ
ଆଲୋଚନା ମାଧ୍ୟମରେ ଜଳର ସୁଷମ ବଣ୍ଟନ
ଆଲୋଚନା ମାଧ୍ୟମରେ ଜଳର ସୁଷମ ବଣ୍ଟନ ହୋଇପାରିବ। ପାଣି ପଞ୍ଚାୟତ ମାଧ୍ୟମରେ ଦାୟିତ୍ବ ବଣ୍ଟନ କରାଯାଇ ଚାଷଜମିକୁ ପାଣି ବଣ୍ଟାଯାଇ ପାରିବ। ଅଧିକରୁ ଅଧିକ ଜମିକୁ ପାଣି ପହଞ୍ଚାଇବା, କୃଷକଙ୍କ ଉନ୍ନତି ପାଇଁ କାମ କରିବା, ଉପରମୁଣ୍ଡରେ ଜଳ ଅପଚୟ ରୋକିବା, ସୁବ୍ୟବସ୍ଥିତ ଜଳ ବଣ୍ଟନ କରିବା ଲକ୍ଷ୍ୟ ରଖାଯାଇଛି। ସେହିପରି ଜୋରଜାର ମୁଳକ ତାର ନୀତିକୁ ଅଟକାଇଯାଇପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/22/untitled-2026-01-22-16-41-03.jpeg)