Senior politician and former Sarpanch passes away
କାଶୀନଗର: କାଶୀନଗର ବ୍ଲକ୍ ଅନ୍ତର୍ଗତ ଶିଆଳି ପଞ୍ଚାୟତର ଗାରିଆଗୁଡା ଗ୍ରାମ ନିବାସୀ ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ଗନ୍ତାୟତଙ୍କ ୮୨ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ତାଙ୍କର କିଛି ଦିନ ହେଲା ଦେହ ଖରାପ ଥିଲା।
ସେ ଜଣେ ପର ଉପକାରୀ ତଥା ବିଶିଷ୍ଟ ରାଜ ନେତା ଥିଲେ। ପାରଳାଖେମୁଣ୍ଡି ମହାରାଜ ତାଙ୍କ ପରିବାରକୁ ଦୋରା ଉପାଧିରେ ଭୂଷିତ କରିଥିଲେ।
ତାଙ୍କ ମୃତ୍ୟୁ ଖବର ପାଇବା ପରେ କାଶୀନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମର ଶରୀରରେ ଗଜପତି ଜିଲ୍ଲାର କଂଗ୍ରେସ, ବିଜେଡି ଓ ବିଜେପି ଦଳର ବହୁ ବରିଷ୍ଠ ରାଜ ନେତା ପୁଷ୍ପ ମାଲ୍ୟ ଅର୍ପଣ କରବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତ୍ର, ପୁତ୍ର ବଧୂ ତଥା ଜ୍ଞାତି କୁଟୁମ୍ଭ ଉପସ୍ଥିତ ଥୁଲେ।
Gajapati
Follow Us