ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏନେଇ ତାଙ୍କର  ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଛନ୍ତି।

Advertisment

vigilance raid
vigilance raid vigilance raid, Photo: Jitendra Dash: (sambad.in)

କୁବେର ରାଜସ୍ବ ସହାୟକ

ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର  ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର  ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ  କରାଯାଉଛି।

vigilance raid, Photo: Jitendra Dash
vigilance raid, Photo: Jitendra Dash (sambad.in)

ଆହୁରି ପଢ଼ନ୍ତୁ:Osman Hadi's Brother Warns Yunus:ନିର୍ବାଚନ ବାତିଲ କରିବାକୁ ମୋ ଭାଇକୁ ହତ୍ୟା କରିଛ: ୟୁନୁସଙ୍କ ଉପରେ ହାଦିଙ୍କ ଭାଇଙ୍କ ଆରୋପ

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜାରି ଏକ ସୂଚନା ଅନୁଯାୟୀ,ଚଢ଼ଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବରଗଡ଼ର ଏକ ଦ୍ୱିତଳ ଆବାସିକ କୋଠା, ସମ୍ବଲପୁରର ଚାରଭାଟିରେ ଏକ କୋଠା, ବରଗଡ଼ରେ ତାଙ୍କ ପୈତୃକ ଘର ଏବଂ ସମ୍ବଲପୁରରେ ତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ:Transgender Conflict: ବାଂଲାଦେଶୀ କିନ୍ନର ସନ୍ଦେହ, ୪ ଜଣଙ୍କୁ ଥାନା ଜିମା ଦେଲେ ଅନ୍ୟ ଗୋଷ୍ଠୀ

ରିପୋର୍ଟ: ଗାର୍ଗୀ ଶତପଥୀ