ପଇଡ଼ଝର ହତ୍ୟାକାଣ୍ଡରେ ଦୋଷୀକୁ ଆଜୀବନ ଜେଲ୍‌

Advertisment
ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ବାଲେଶ୍ବର : ଔପଦା ଥାନା କମାରପାଳ(ପଇଡ଼ଝର) ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଦିନ ପ୍ରକାଶ ପାଇଛି। ବାଲେଶ୍ବର ଜିଲ୍ଲା ଓ ଦୌରାଜଜ୍ ଭଗବାନ ପ୍ରଧାନ ମାମଲାର ବିଚାର କରି ଅଭିଯୁକ୍ତ ରାୟା ସିଂକୁ ଆଜୀବନ ଜେଲ୍‌ ଦଣ୍ତାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଆଉ ୬ ମାସ ଜେଲ୍‌ଦଣ୍ଡ ନିର୍ଦ୍ଦେଶ ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ୨୦୧୭ ମସିହା ଜୁନ୍‌ ୧୫ ତାରିଖରେ ଔପଦା ଥାନା ବଡ଼ପୋଖରୀ ଗ୍ରାମର ରବୀନ୍ଦ୍ର ନାୟକ କମାରପାଳ ଗ୍ରାମର ରଙ୍ଗବତୀ ଘଡ଼େଇ ଘରକୁ ଯାଇ ବାକିଥିବା ଟ୍ରାକ୍ଟର ପଇସା ମାଗୁଥିବା ବେଳେ ତା ସହ ଉଚ୍ଚବାଚ୍ଚ ହୋଇଥିଲା। ଏତିକିବେଳେ ରଙ୍ଗବତୀ ଘରକୁ ହାଣ୍ଡିଆ ପିଇବାକୁ ଯାଇଥିବା ରାଇ ଓରଫ୍‌ ରାୟା ସିଂ ଘର ଭିତରକୁ ଯାଇ ଏକ ଧନୁତୀର ଆଣି ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରବୀନ୍ଦ୍ରଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ୩୧/୧୭ରେ ମାମଲା ରୁଜୁ କରି ଅଭିଯୁକ୍ତ ରାୟା ସିଂକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା। ଏହି ମାମଲା ୩୧/୧୭ ଓ ଏସଟି ୨୫୪/୧୭ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲରେ ବିଚାରଧୀନ ଥିଲା। ତେବେ ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାଗିରଥୀ ସାହୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ଭାରପ୍ରାପ୍ତ ପିପି ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ମଲ୍ଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe