ଲୁହାରଡ୍‌ରେ ପିଟି ସେଣ୍ଟ୍ରିଙ୍ଗ ମିସ୍ତ୍ରିଙ୍କୁ ହତ୍ୟା

କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବଢ଼େଇସାହି ନିକଟ ରେଳପୋଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ଲୁହାରଡ୍‌ରେ ପିଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ମଧୁସୂଦନ ମହାରଣାଙ୍କ ପୁଅ ଚକ୍ରଧର ମହାରଣା(୬୦)।

dgdgvccv

ଫୁଲନଖରା: କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବଢ଼େଇସାହି ନିକଟ ରେଳପୋଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ଲୁହାରଡ୍‌ରେ ପିଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ମଧୁସୂଦନ ମହାରଣାଙ୍କ ପୁଅ ଚକ୍ରଧର ମହାରଣା(୬୦)। ଚକ୍ରଧର ଏକ ଜଳଖିଆ ଦୋକାନରେ ବସି ଚା’ ପିଉଥିବା ବେଳେ ପଛରୁ ଜଣେ ବ୍ୟକ୍ତି ଆସି ଏକ ମୋଟା ଲୁହାରଡ୍‌ରେ ତାଙ୍କ ମୁଣ୍ଡକୁ ଜୋରରେ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କଟକ ସଦର ଥାନା ପୁଲିସ ପହଞ୍ଚି ହତ୍ୟାକାରୀକୁ ଧରିବା ପାଇଁ ଉଦ୍ୟମ କରିଥିଲା।

ସେ ରେଳ ‌ଲାଇନ୍ ଉପରେ କଟକ ସହର ଆଡ଼କୁ ଦୌଡ଼ୁଥିବା ବେଳେ ପୁଲିସ ତାକୁ ଖାନନଗର ନିକଟରେ କାବୁ କରିଛି। ତା’ ନିକଟରୁ ଏକ ୩ ଫୁଟ ଲମ୍ବର ରକ୍ତଲଗା ଲୁହାରଡ୍‌କୁ ପୁଲିସ ଜବତ କରିଛି। ଦୁର୍ବୃତ୍ତର ପରିଚୟ ମିଳି ନଥିବା ବେଳେ ତାର ମାନସିକ ସ୍ଥିତି ଠିକ୍‌ ନଥିବା କୁହାଯାଉଛି। ସୂଚନା ଅନୁଯାୟୀ ମୃତ ଚକ୍ରଧର ସେଣ୍ଟ୍ରିଙ୍ଗ ମିସ୍ତ୍ରି ଭାବେ କାମ କରନ୍ତି। ସେ ଗୋପାଳପୁର ଶ୍ୟାମସୁନ୍ଦରପୁରରେ ଘର ଭଡ଼ା ନେଇ ରହୁଥିଲେ। ସେ ପ୍ରାୟ ସମୟ ଅପରାହ୍‌ଣରେ ସେହି ଦୋକାନକୁ ଆସି ଚା’ ପିଇଥାନ୍ତି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଚାରିଟା ବେଳେ ଚକ୍ରଧର ସେଠାରେ ବସି ଚା’ ପିଉଥିବା ସମୟରେ ସଂପୃକ୍ତ ଦୁର୍ବୃତ୍ତ ପଛରୁ ଆସି ଏଭଳି କାଣ୍ଡ ଘଟାଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଜୋନ୍‌–୪ ଏସିପି ଅମିତାଭ ମହାପାତ୍ର, ସଦର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe