ଶେଫାଳୀ ଗ୍ଲୋରି କୁଇନ୍‌

Advertisment

୨୩ତମ ଗ୍ଲୋରି ଫେଷ୍ଟ ଉଦ୍‌ଯାପିତ

୨୩ତମ ଗ୍ଲୋରି ଫେଷ୍ଟ ଉଦ୍‌ଯାପିତ

ଶେଫାଳୀ ଗ୍ଲୋରି କୁଇନ୍‌

ପୁରୀ : ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଶେଫାଳୀ ଉଦ୍‌ଗାତା ପିନ୍ଧିଛନ୍ତି ସମ୍ମାନଜନକ ‘ଗ୍ଲୋରି କୁଇନ୍‌’ ମୁକୁଟ। ଫାଇନାଲରେ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଫାଳୀ ଏହି ମୁକୁଟ ହାସଲ କରିଛନ୍ତି। ଏଥିସହିତ ଉଦ୍‌ଯାପିତ ହୋଇଛି ଜାତୀୟ ଯୁବ ସମ୍ମିଳିତ କେନ୍ଦ୍ର ପକ୍ଷରୁ ପୁରୀ ବେଳାଭୂମିରେ ଆୟୋଜିତ ୨୩ତମ ଗ୍ଲୋରୀ ଫେଷ୍ଟ-୨୦୧୮।

ଜୁରିଙ୍କ ବିଭିନ୍ନ ପ୍ରଶ୍ନର ବେଶ୍‍ ଚମତ୍କାର ଉତ୍ତର ଦେବା ସହ ଧାର୍ଯ୍ୟ ସମସ୍ତ ଅଗ୍ନି ପରୀକ୍ଷାକୁ ଅତି ସହଜରେ ପାର କରି ଶେଫାଳୀ ହାସଲ କରିଛନ୍ତି ଏହି ଗୌରବ। ଗ୍ଲୋରି କୁଇନ ପ୍ରତିଯୋଗିତାରେ ଦଶଜଣ ପ୍ରତିଦ୍ଵନ୍ଦ୍ୱୀଙ୍କ ମଧ୍ୟରେ ଗତକାଲି ମଞ୍ଚ ଉପରେ ପ୍ରତିଯୋଗିତାମାନ କରାଯାଇଥିଲା। ଜାତୀୟସ୍ତରୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରୀୟ ଏହି ସାଂସ୍କୃତିକ ଉତ୍ସବର ଉଦ୍‍ଯାପନୀ ଉତ୍ସବରେ ପୁରୀ ସାଂସଦ ପିନାକୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ପୌରାଧ୍ୟକ୍ଷ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଜିଂ ହାଉସ୍‍ ଫଣ୍ଡ ସଭାପତି ସବ୍ୟସାଚୀ ମହାପାତ୍ର ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଜାତୀୟ ଉତ୍ସବରେ ୪ ଦିନ ଧରି ସେମିନାର ଓ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶା ତଥା ବଲିଉଡ୍‍ର ବିଶିଷ୍ଟ କଳାକାର ତଥା ଇଣ୍ଡିଆନ ଆଇଡଲର ଫାଇନାଲିଷ୍ଟ ବିଶ୍ୱାସ ରାଏ ଏବଂ ଏସିଆର ସିଙ୍ଗିଂ ସୁପରଷ୍ଟାର ରାଡ଼ନୀ ତ୍ୟାଗରାଜ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe