ସିରିଜ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ

ସିରିଜ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ

Photo by : YouTube

ଖଣ୍ଡଗିରି : ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ତଳଖେତା ଛକରେ ଶୁକ୍ରବାର ଅପରାହ୍ଣ ୩ଟାରେ ଘଟିଥିବା ଏକ ସିରିଜ୍‌ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୀମଟାଙ୍ଗି ବେହେରାସାହିର ଭଗବାନ ପଟ୍ଟନାୟକଙ୍କ ପୁଅ ଅନୀଲ (୨୪)। ପୁଲିସ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।

ପୁଲିସ ସୂଚନାନୁସାରେ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଏକ କାର୍‌(ଓଡି୩୩ଡି-୧୨୧୫) କୌଣସି କାରଣରୁ ରାଜପଥ ଉପରେ ଓଲଟି ପଡ଼ିଥିଲା। ଫଳରେ ରାସ୍ତା ଜାମ୍‌ ହୋଇଯାଇଥିଲା ଓ ଯାନବାହନ କିଛି ସମୟ ପାଇଁ ଚଳାଚଳ ବନ୍ଦ ହୋଇ ଯାଇଥିଲା। ଏହି ସମୟରେ ଖୋର୍ଧା ଦିଗରୁ ଆସୁଥିବା ଏକ ବାଇକ୍‌(ଓଆର୍‌୦୨ବିକେ-୧୫୮୪) ରାସ୍ତା ଉପରେ ଅଟକି ରହିଥିବା ଏକ ହାଇଓ୍ଵା(ଓଡି୨୧ଇ-୩୯୩୨) ପଛରେ ପିଟି ହୋଇଯାଇଥିଲା। ଚାଳକ ଅନୀଲ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଯାଁଳା ଫାଣ୍ଡି ପୁଲିସ ଆମ୍ବୁଲାନ୍‌ସ ଯୋଗ ଭୁବନେଶ୍ୱର ଏମ୍‌ସକୁ ପଠାଇଥିଲା। କିନ୍ତୁ ସେହିଦିନ ରାତିରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe