କଳିଙ୍ଗାଘାଟିରେ ପଡ଼ିଥିବା ତେଲ ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ୍‌ ଚାଳକ

କଳିଙ୍ଗାଘାଟିରେ ପଡ଼ିଥିବା ତେଲ ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ୍‌ ଚାଳକ

ଘୁ.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଗତ ଦୁଇ ଦିନ ହେଲା ସିରିଜ ବାଇକ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। କଳିଙ୍ଗାଘାଟିର ଏକ ବୁଲାଣିରେ ମଝି ରାସ୍ତାରେ କୌଣସି ଗାଡିରୁ ଅଏଲ ପଡି ରାସ୍ତାସାରା ପଡ଼ିଛି। ଫଳ ସ୍ୱରୂପ ରାସ୍ତାରେ ଗଲାବେଳେ ବାଇକ ଗୁଡିକ ଅଏଲ ପଡ଼ିଥିବା ସ୍ଥାନରେ ସ୍ଲିପ ହୋଇ ପଡି ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି।

ଲଗାତାର ପ୍ରାୟ ଏହି ରାସ୍ତାରେ ଯାତାୟତ କରିଥିବା ବାଇକ ଚାଳକମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଦୁର୍ଘଟଣା ସମ୍ମୁଖୀନ ହୋଇ ରାସ୍ତାକଡ଼ରେ ଠିଆହୋଇ ରାସ୍ତାରେ ଯାତାୟତ କରୁଥିବା ବାଇକ ଚାଳକଙ୍କୁ ଧୀରେଧୀରେ ଏଠି ଅଏଲ ପଡିଛି କହିବା ସତ୍ତ୍ୱେ ବାଇକ ଚାଳକ ସେଇ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ଦୃଶ୍ୟ କେମେରାରେ କଏଦ ହୋଇଥିବା ଦେଖବାକୁ ମିଳିଛି। ବାଇକ ଗୁଡ଼ିକ ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେବାର ଲାଇଭ ଭିଡିଓ ଦେଖିବାକୁ ମିଳିଛି। ଏହାର ତୁରନ୍ତ ପ୍ରତିକାର କରିବାକୁ ସାଧାରଣରେ ଦାବି ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ତୁରନ୍ତ ଏହାର ସମାଧନ କରିବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe