Series of accidents in film style
ତାଳଚେର: ତାଳଚେରରେ ସିରିଜ୍ ଦୁର୍ଘଟଣା ଘଟିଛି । ଧୁମ୍ ଫିଲ୍ମ ଷ୍ଟାଇଲ୍ରେ କାର ଧକ୍କାରେ ବାଇକ୍ ଏବଂ ଲୋକେ ଛିଟିକି ପଡ଼ିଥିଲେ । ପାଖାପାଖି ୧୦ ଜଣରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ପୂଜା ମାହୋଲ ଭିତରେ ନିଶାସକ୍ତ ଅବସ୍ଥାରେ କାର ଚାଳକ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଗାଡ଼ିକୁ ଧକ୍କା ଦେଇଛନ୍ତି।
ହାଣ୍ଡିଧୁଆଁ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ କାର ପୁଲିସ ବ୍ୟାରିକେଡ଼ ଭାଙ୍ଗି ଲଗାତାର ଭାବେ ପଛରୁ ୨୦ ରୁ ଉର୍ଦ୍ଧ୍ବ ଗାଡ଼ିକୁ ଧକ୍କା ଦେଇ ବାଇପାସ୍ ଛକ ଆଡ଼କୁ ଚାଲିଯାଇଥିଲା ।
ଆଇଟିଆଇ ଛକ ପାଖରେ ଗୋଟିଏ ସ୍କୁଟିରେ ୨ ଜଣ ଲୋକ ଯାଉଥିବା ବେଳେ ତାଙ୍କୁ ପଛ ପଟୁ ଧକ୍କା ଦେବା ଦ୍ଵାରା ଦୁଇ ଜଣ ଉଡ଼ି ଉଡ଼ି ତଳେ ପଡିଥିବାର ଭିଡିଓ ସିସିଟିଭରେ କଏଦ ହୋଇଛି।
ତେବେ ଗାଡ଼ିଟି ଧକ୍କା ଦେଇ ଖସି ଯାଉଥିବା ବେଳେ ପୁଲିସ ଗାଡ଼ିକୁ ଗୋଡ଼ିବନ୍ଧ ଅଞ୍ଚଳରେ ଜବତ କରି ଥାନାକୁ ନେବା ସହ ଚାଳକକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ କିଛି ଗୁରୁତରଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
anugol | Accident
Follow Us