ଭାରତର ଅଭେଦ୍ୟ ସୁରକ୍ଷା କବଚ ‘ଏମ୍‌ଆର୍‌ସାମ୍‌’

ଚାନ୍ଦିପୁରରୁ ହେଲା ସିରିଜ୍‌ ପରୀକ୍ଷଣ, ଡିଆରଡିଓ ପ୍ରସ୍ତୁତ କରିଛି ଘାତକ କ୍ଷେପଣାସ୍ତ୍ର

ଭାରତର ଅଭେଦ୍ୟ ସୁରକ୍ଷା କବଚ ‘ଏମ୍‌ଆର୍‌ସାମ୍‌’

ବାଲେଶ୍ବର/ଚାନ୍ଦିପୁର : ଭାରତର ବାୟୁ ସୁରକ୍ଷା ପ୍ରଣାଳୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେନାରେ ଅନ୍ତର୍ଭୁକ୍ତ ହୋଇଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର (ଏମ୍‌ଆର୍‌ସାମ୍‌)ର ବୁଧବାର ଦିନ ସିରିଜ୍‌ ପରୀକ୍ଷଣ ହୋଇଛି।

ବୁଧବାର ପୂର୍ବାହ୍ନ ୧୦ଟା ୧୪ ମିନିଟ୍‌ ଓ ୧୧ଟା ୩ ମିନିଟ୍‌ରେ ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି (ଆଇଟିଆର୍‌)ରୁ ଏହି କ୍ଷେପଣାସ୍ତ୍ରର ଦୁଇଥର ବ୍ୟାବହାରିକ ପରୀକ୍ଷଣ ହୋଇଥିଲା। ‘ଏମ୍‌ଆର୍‌ସାମ୍‌’ର ଲକ୍ଷ୍ୟଭେଦୀ କ୍ଷମତା ୧୦୦ କିଲୋମିଟରରୁ ଅଧିକ। ଏହାର ଲମ୍ବ ୪.୫ ମିଟର, ଓଜନ ୨.୭ ଟନ୍‌ ହୋଇଥିବା ବେଳେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଏହା ଭାର ବହନ କରିପାରିବ। ବିଶେଷକରି, ଆକାଶମାର୍ଗରେ ଶତ୍ରୁପକ୍ଷର ଯୁଦ୍ଧବିମାନ, ଡ୍ରୋନ୍, ସବସୋନିକ୍, ସୁପରସୋନିକ୍ କ୍ରୁଜ୍ ମିସାଇଲ ଆଦିକୁ ଏହା ପ୍ରତିହତ କରିବା ସହ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଧ୍ବଂସ କରିଦେବାର କ୍ଷମତା ରଖିଛି। ବାୟୁମଣ୍ଡଳୀୟ ବିପଦର ମୁକାବିଲା ପାଇଁ ଡିଆରଡିଓ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ‘ଏମ୍‌ଆର୍‌ସାମ୍‌’କୁ ବିକଶିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe