ଉଖୁଣ୍ଡା ଗାଁରେ ସିରିଜ ଚୋରି

Advertisment
୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

Dainik Bhaskar

ଝୁମ୍ପୁରା: ଝୁମ୍ପୁରା ବ୍ଲକ୍‌ ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ଗ୍ରାମରେ ଗତକାଲି ରାତିରେ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ତିନିଜଣଙ୍କ ଘରୁ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି। ଉଖୁଣ୍ଡା ମନ୍ଦିରସାହିରେ ରହୁଥିବା ବସନ୍ତ କୁମାର ସାହୁଙ୍କ ଝରକା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଆଲମିରା ଭାଙ୍ଗି ୬୫ହଜାର ଟଙ୍କାର ସୁନାଗହଣା ଓ ତିନିଲକ୍ଷ ଟଙ୍କା ଚୋରି କରିଛନ୍ତି। ସେହିପରି ଦିବ୍ୟ ମହାନ୍ତଙ୍କ ଘରୁ ୨୦ ହଜାର ଟଙ୍କା ଓ ଏକ ସୁନାଚେନ୍‌ ଚୋରି କରିଛନ୍ତି।

ସେହିପରି ଡାକଘର ଝରକା ତାଡ଼ି ଦେଇଛନ୍ତି। କିଛିଦିନ ତଳେ ଦୁର୍ବୃତ୍ତମାନେ ଦୁଷ୍ମନ୍ତ ମହାନ୍ତଙ୍କ ଔଷଧ ଦୋକାନରୁ ଟଙ୍କା ଏବଂ ବହୁ ଔଷଧ ଓ ଲୋଚନ ସାହୁଙ୍କ ଘରୁ ଟଙ୍କା, ସୁନାଗହଣା ଚୋରି କରିଥିଲେ। ବାରମ୍ବାର ସ୍ଥାନୀୟ ଅଞ୍ଚଳରୁ ଚୋରି ହେଉଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହେଉଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe