ଅଧ୍ୟାପକଙ୍କ ବିରୋଧରେ ଗୁରୁତର ଅଭି​ଯୋଗ 

Advertisment
ଅଧ୍ୟାପକଙ୍କ ବିରୋଧରେ ଗୁରୁତର ଅଭି​ଯୋଗ 

Careers360

ଅତାବିରା: ଅତାବିରା କଲେଜର ରାଜନୈତିକ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ମଦନ ମେହେରଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଅତାବିରାର ପୁରାତନ ଛାତ୍ର ସଂଘ ତଥା ସ୍ଥାନୀୟ ସଚେତନ ନାଗରିକ ପକ୍ଷରୁ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଲଲାଟ ଲୁହାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଅତାବିରା ନିୟନ୍ତ୍ରିତ ବଜାର କମିଟି ଗସ୍ତରେ ଆସିଥିବା ଉପଜିଲ୍ଲାପାଳ ଶ୍ରୀ ଲୁହାଙ୍କୁ କଲେଜର ପୁରାତନ ଛାତ୍ର ସଂଘର ସଦସ୍ୟମାନେ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଅଧ୍ୟାପକ ଶ୍ରୀ ମେହେର କିଛି ଦିନ ତଳେ ମୋବାଇଲରେ କ୍ଲାସ୍‌ରୁମ୍‌ ସମେତ ବାଳିକା ‌ହଷ୍ଟେଲରେ ଭିଡିଓ କରୁଥିଲେ। ବାଳିକା ହଷ୍ଟେଲରେ ଭିଡିଓ କରିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା  ଦେଖାଦେଇଥିଲା।

ଏହାକୁ ନେଇ ଶନିବାର ଏକ ପ୍ରତିନିଧି ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ।  ଏହାଛଡ଼ା ସେ ନିୟମିତ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ବେଳେ ଅତାବିରାର ବିଭିନ୍ନ କମିଟି କଲେଜର ଉନ୍ନୟନ କାମ ବୁଝିବାକୁ ଗତ ସେପ୍ଟେମ୍ବର ୩୦ ତାରିଖ ଯାଇଥିବା ବେଳେ ଫୋନ୍ ମାଧ୍ୟମରେ ‌ଉଚ୍ଚଶିକ୍ଷା ବିଭାଗର ରିଜିଓନାଲ ଡାଇରେକ୍ଟରଙ୍କୁ ଅବଗତ କରାଯାଇଥିଲେ। ଏଥିସହ ଅତାବିରା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଅଧ୍ୟାପକ ଶ୍ରୀ ମେହେରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ୩୦/୪୦ ଜଣ ଲୋକଙ୍କ ଦସ୍ତଖତ ଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ କଲେଜ ରୌପ୍ୟ ଜୟନ୍ତୀ ସମାରୋହର ସଭାପତି ଉନ୍ନିକ୍ରିଷ୍ଣ ନାୟାର, ବଜରଂଗ ଦଳର ଅଶ୍ବିନୀ ମେହେର, ବିଜେପିର ସୁରେନ୍ଦ୍ର ସ୍ବାଇଁ, କଂଗ୍ରେସର ପପୁନ ପ୍ରଧାନ, କାଲୁ ପଟେଲ, ବିଶ୍ବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଦାବି ପ୍ରଦାନ ପରେ କଲେଜରେ ଅତାବିରାର ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳର ପ୍ରତିନିଧି କଲେଜ ଅଧ୍ୟକ୍ଷ ଅଶ୍ବିନୀ ପ୍ରଧାନଙ୍କ ସହ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe