ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ରାସ୍ତାରେ ମହିଳା ଓକିଲଙ୍କୁ ଚୁଟି ଭିଡ଼ି ପିଟିଲେ

Advertisment
ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ରାସ୍ତାରେ ମହିଳା ଓକିଲଙ୍କୁ ଚୁଟି ଭିଡ଼ି ପିଟିଲେ

Odisha News In English

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଟାଉନଥାନା ଆଦର୍ଶନଗରରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ନାମରେ ଗୁରୁତର ଅଭିଯୋଗ ହୋଇଛି।  ରାସ୍ତାରେ  ଠିଆ ହୋଇଛ କହି ଜଣେ ମହିଳା ଓକିଲଙ୍କୁ ଚୁଟି ଭିଡି ମାଡ଼ ମାରିଛନ୍ତି। ଏପରିକି ସଙ୍ଗରେ ଥିବା ମହିଳାଙ୍କ ଭିନ୍ନକ୍ଷମ ଓକିଲ ସ୍ବାମୀ ଛଡାଇବାକୁ ଚେଷ୍ଟା କରିଥିବା ବେଳେ ସେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ହାତରୁ ମାଡ଼ ଖାଇଛନ୍ତି। ଏ ନେଇ ପୀଡିତା ଟାଉନଥାନାରେ ଏତଲା ଦେଇଛନ୍ତି।  ଓକିଲ ଦମ୍ପତିଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ରାତି ୮ଟାରେ ଓକିଲ ସଂଘର କୋଷାଧ୍ୟକ୍ଷ ରବୀନ୍ଦ୍ର ମାଳି ଓ ତାଙ୍କ ଓକିଲ ପତ୍ନୀ କୌଣସି କାମରେ ଆଦର୍ଶନଗରକୁ ଯାଇ ରାସ୍ତା କଡରେ ଠିଆ ହୋଇଥିଲେ।

ଏହି ସମୟରେ ଆଦର୍ଶନଗରରେ ରହୁଥିବା ଅବସରପ୍ରାପ୍ତ ପୁଲିସ ଏସଆଇ ଭାସ୍କର ସେଠ୍ ସେ ରାସ୍ତା ଦେଇ ଯାଉଥିବା ବେଳେ ଦମ୍ପତିଙ୍କୁ ରାସ୍ତାରେ କାହିଁକି ଠିଆ ହୋଇଛ କହି ଗାଳି କରିଥିଲେ। ମହିଳା ଜଣକ ଏହାର ପ୍ରତିବାଦ କରିଥିଲେ। ଏତିକିରେ ଉତକ୍ଷିପ୍ତ ହୋଇ ଶ୍ରୀ ସେଠ୍‌ ମହିଳାଙ୍କ ଚୁଟି ଭିଡି ମାଡ଼ ମାରିଥିଲେ। ଛଡାଇବାକୁ ଚେଷ୍ଟା କରିଥିବା

ସ୍ବାମୀ ରବୀନ୍ଦ୍ରଙ୍କୁ ମଧ୍ୟ ସେ ବ୍ୟକ୍ତି ଜଣକ ମାଡ ମାରିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ରବୀନ୍ଦ୍ରଙ୍କ ଶଳା ବି ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଏହା ପରେ ରାତିରେ ସମ୍ପୃକ୍ତ ମହିଳା ଟାଉନଥାନାକୁ ଯାଇ ଏତଲା ଦେଇଥିଲେ। କିନ୍ତୁ  ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସୁନ୍ଦରଗଡ଼ ଓକିଲ ସଂଘ  ଟାଉନଥାନାକୁ ଯାଇ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe